37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଭାରତୀୟ କରେନ୍ସିରେ କ'ଣ ପାଇଁ ରହିଥାଏ ଗାନ୍ଧୀଙ୍କ ଫଟୋ

ଭାରତୀୟ କରେନ୍ସିରେ କ’ଣ ପାଇଁ ରହିଥାଏ ଗାନ୍ଧୀଙ୍କ ଫଟୋ

ଭୁବନେଶ୍ୱର: ଅନେକ ବର୍ଷ ଧରି ଭାରତୀୟ ନୋଟରେ  ପରିବର୍ତ୍ତନ କରାଯାଇଛି । ହେଲେ ନୋଟ ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ହଟିନାହିଁ । ତେବେ କଣ ପାଇଁ ପ୍ରତି ନୋଟରେ କେବଳ ଗାନ୍ଧୀଙ୍କ ଫଟୋ ରହିଥାଏ । ଭାରତୀୟ କରେନ୍ସି ନୋଟ ଓ କଏନରେ ପ୍ରଥମେ ଅଶୋକ ସ୍ତମ୍ଭ ଛବି ରହୁଥିଲା । ହେଲେ ୧୯୯୬ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଶୋକ ସ୍ତମ୍ଭ ସ୍ଥାନରେ ଗାନ୍ଧୀଙ୍କ ଫଟୋ ଛାପିବା ଆରମ୍ଭ କରିଥିଲା । ୧୯୯୬ରୁ ୨୦୦୧ ମଧ୍ୟରେ ଆରବିଆଇ ଭିନ୍ନଭିନ୍ନ ନୋଟର ସିରିଜ ଜାରି କରିଥିଲା । ଯାହା ଉପରେ ଗାନ୍ଧୀଙ୍କ ଛବି ଥିଲା । ଏମିତି କରିବା ପଛରେ କଣ କାରଣ ଥିଲା ଏହା ବିଷୟରେ ବହୁକତ କମ ଲୋକ ଜାଣନ୍ତି ।

କିଛି ବର୍ଷ ପୂର୍ବରୁ ଜଣେ ବ୍ୟକ୍ତି ପ୍ରଶ୍ନ ଉଠାଇଥିଲେ ଭାରତୀୟ ସଂଗ୍ରାମରେ ଜଣଙ୍କଠୁ ବଳି ଜଣେ ସଂଗ୍ରାମୀମାନେ ଭାଗ ନେଇଥିଲେ । ଅନେକ କ୍ରାନ୍ତିକାରି ସ୍ୱାଧୀନତା ପାଇଁ ନିଜର ପ୍ରାଣବଳୀ ଦେଲେ ।  ହେଲେ କଣ ପାଇଁ କରେନ୍ସି ନୋଟ ଏବଂ କଏନରେ ଗାନ୍ଧୀଙ୍କ ଛବି ରଖା ଗଲା ।  ଏହାକୁ ନେଇ ସେତେବେଲେ ଅନେକ  ତର୍କ ବିତର୍କ ହୋଇଥିଲା । ୨୦୧୨-୧୩ରେ ଏହାକୁ ନେଇ ଏହାକୁ ନେଇ ଆଲୋଚନା ହୋଇଥିଲା କି ଭାରତୀୟ କରେନ୍ସି ନୋଟରେ କଣ ପାଇଁ ଭଗତ ସିଂହଙ୍କ ଛବି ରହିବନି ।

ଅନେକ ଯୁକ୍ତି ପରେ ଏକ କଥା ସାମ୍ନାକୁ ଆସିଥିଲା ଯେ, ଭାରତର ସ୍ୱାଧୀନତା ପାଇଁ ଯେଉଁ ସଂଗ୍ରାମୀମାନେ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଗାନ୍ଧୀ ସବୁଠୁ ଲୋକପ୍ରିୟ ଥିଲେ । ସମଗ୍ର ଦୁନିଆ ତାଙ୍କୁ ଜଣେ ମହାନ ନେତାର ମାନ୍ୟତା ଦେଇଛି । ଆଜି ସମଗ୍ର ବିଶ୍ୱରୁ ଯେଉଁ ନେତା ବି ଆସନ୍ତି, ସେମାନେ ଦିଲ୍ଲୀରେ ରାଜଘାଟସ୍ଥିତ ଗାନ୍ଧୀଙ୍କ ସମାଧି ଉପରେ ଶ୍ରଦ୍ଧାଂଜଳୀ ଦେବା ପାଇଁ ନିଶ୍ଚିତ ଯାଆନ୍ତି ।
ଏହି ପ୍ରସଙ୍ଗ ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଥିଲା, ପୂର୍ବରୁ ଯେଉଁ କରେନ୍ସି ପ୍ରଚଳିତ ଥିଲା, ତାର ନକଲି ନୋଟ ବନାଇବା ଅଧିକ ସହଜ ଥିଲା । କାରଣ ସେଥିରେ କୌଣସି ବସ୍ତୁର ଚିତ୍ର ଥିଲା ।  ଯେତେବେଳେ କି  ଗାନ୍ଧୀଙ୍କ ଚିତ୍ର ଥିବା କରେନ୍ସି ସ୍ଥାନରେ ନକଲି କରେନ୍ସି ସହଜରେ ବନା ଯାଇପାରିବ ନାହିଁ ।
୨୦୧୪ରେ  ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଥିଲେ, ଏହି ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଯେ ନୋଟରେ ମହାତ୍ମା ଗାନ୍ଧୀଙ୍କ ଛବି ରହିବ । କାରଣ ଭାରତୀୟ ବିଚାରଧାରା ଓ ସଂସ୍କୃତିର ସବୁଠୁ ବଡ ପ୍ରତିନିଧି ଗାନ୍ଧୀଜି ।  ଆହୁରି ମଧ୍ୟ କୁହାଯାଇଥିଲା, କରେନ୍ସି ନୋଟରେ ଅନ୍ୟ ସ୍ୱତନ୍ତ୍ର ସେନାଙ୍କୁ ସ୍ଥାନ ଏତିପାଇଁ ଦିଆଗଲାନାହିଁ, କାରଣ ଏହାଦ୍ୱାରା ଭିନ୍ନ ଭିନ୍ନ କ୍ଷେତ୍ରରେ ବିବାଦ ଉପୁଜିପାରେ । ମହାତ୍ମାଗାନ୍ଧୀଙ୍କୁ ଆମେ ଜାତିର ପିତା କହୁ । ସେଥିପାଇଁ ତାଙ୍କ ନାମରେ କୌଣସି ବିବାଦ ହେବ ନାହିଁ ।  କହିରଖୁଛୁ ଭାରତୀୟ କରେନ୍ସି ନୋଟରେ ଗାନ୍ଧୀଙ୍କ ଯେୁଁ ଫଟୋ ରହିଛି, ତାହା ବ୍ୟଙ୍ଗ ନୁହେଁ, ବରଂ ତାହା ତାଙ୍କର ବାସ୍ତବିକ ଛବି ।  ଏହା ସେତେବେଳେ ଉଠାଯାଇଥିଲା, ଯେତେବେଳେ  ଇଂଲଣ୍ଡର ରାଜନୀତିଜ୍ଞ ଲର୍ଡ ଫ୍ରେଡରିକ ପେଥିକ ଲରେନ୍ସ ଭାରତ ଆସିଥିଲେ । ଏହି ଛବି ରାଷ୍ଟ୍ରପତି ଭବନରେ ଉଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking