30.6 C
Bhubaneswar
Friday, May 16, 2025
Homeଓଡିଶାକାହିଁକି ଆକାଶରେ ଦେଖାଯାଏ ବ୍ଲାକମୁନ ?

କାହିଁକି ଆକାଶରେ ଦେଖାଯାଏ ବ୍ଲାକମୁନ ?

ନୂଆଦିଲ୍ଲୀ: ମେ ୧୯ ଦେଖା ଦେଇଥିଲା ବ୍ଲାକମୁନ ବା କଳାଜହ୍ନ. କିନ୍ତୁ ଏହା କାହାକୁ ଦୃଶ୍ୟମାନ ହୋଇନଥିଲା . ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇ ପାରେ ବ୍ଲାକମୁନ କଣ. ଜହ୍ନ କଳା କେମିତି ହେଇପାରିବ . କାହିଁକି ଆକାଶରେ ଦେଖାଯାଏ ବ୍ଲାକମୁନ ? ତେବେ ଆସନ୍ତୁ ଜାଣିବା ବ୍ଲାକମୁନ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ.
ବ୍ଲାକମୁନ ଏହା ନାଁର କୌଣସି ସ୍ବତନ୍ତ୍ର ଅର୍ଥ ନଥାଏ, କିମ୍ବା ଏହା ସହ କୌଣସି ବୈଜ୍ଞାନିକ ସମ୍ବନ୍ଧ ନାହିଁ.ଗୋଟିଏ ମାସରେ ଗୋଟେ ପୂର୍ଣ୍ଣିମା ଆଉ ଗୋଟେ ଅମାବାସ୍ୟା ଆସିଥାଏ. ଯଦି ଗୋଟିଏ ମାସରେ ଦୁଇଥର ପୂର୍ଣ୍ଣିମା ଆସେ,ତେବେ ଦ୍ବିତୀୟ ପୂର୍ଣ୍ଣିମାକୁ ବ୍ଲୁମୁନ କୁହାଯାଏ. ଏବଂ ଯଦି ଗୋଟିଏ ମାସରେ ଦୁଇଥର ଅମାବାସ୍ୟା ଆସେ ତେବେ ଦ୍ବିତୀୟ ଅମାବାସ୍ୟାକୁ ବ୍ଲାକମୁନ କୁହାଯାଏ. ଏହି ବ୍ଲାକମୁନ ପାଖାପାଖି ୨୯ ମାସରେ ଥରେ ଆସିଥାଏ.
ଅନ୍ୟ ଅର୍ଥରେ କହିବାକୁ ଗଲେ ଗୋଟେ ରତୁରେ ୪ଟି ଚାନ୍ଦ ତିଆରି ହୋଇଥାଏ. ଏହି ସିଜିନରେ ଆସିଥିବା ତୃତୀୟ ଚାନ୍ଦକୁ ବ୍ଲାକମୁନ କୁହାଯାଏ. ପୃଥିବୀରେ ଋତୁଗୁଡିକର ଅବଧି ୩ ମାସ ଥାଏ. ପ୍ରତ୍ୟେକ ରତୁରେ ୪ଟି ଚନ୍ଦ୍ରମା ତିଆରି ହୋଇଥାନ୍ତି . ତେବେ ତୃତୀୟରେ ଯେଉଁ ଚନ୍ଦ୍ରମା ତିଆରି ହୋଇଥାନ୍ତି ତାକୁ ବ୍ଲାକ ମୁନ କୁହାଯାଏ. ଏହି ରତୁ ଅନୁଯାୟୀ ୩୩ ମାସରେ ଥରେ ବ୍ଲାକମୁନ ଆସିଥାଏ.
ତେବେ ରତୁରେ ତିଆରି ହେଉଥିବା ବ୍ଲାକମୁନ ଅନୁଯାୟୀ ମେ ୧୯ରେ ଆକାଶରେ ବ୍ଲାକମୁନ ଦେଖାଦେଇଥିଲା. ଏବଂ ମାସରେ ଆସୁଥିବା ଦ୍ବିତୀୟ ଅମାବାସ୍ୟା ଅନୁଯାୟୀ ପୁଣିଥରେ ବ୍ଲାକମୁନ ୩୦ ଡିସେମ୍ବର ୨୦୨୪ରେ ଦେଖାଯିବ ବୋଲି ମହାକାଶବିଜ୍ଞାନୀଙ୍କ ପାଖରୁ ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking