29.1 C
Bhubaneswar
Sunday, May 19, 2024
Homeନୂଆବର୍ଷ-୨୦୨୪କାହିଁକି ଜାନୁଆରୀ ପହିଲାରେ ପାଳନ ହୁଏ ନୂଆବର୍ଷ ?

କାହିଁକି ଜାନୁଆରୀ ପହିଲାରେ ପାଳନ ହୁଏ ନୂଆବର୍ଷ ?

ଭୁବନେଶ୍ୱର : ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସ୍ୱାଗତ କରବେ ଲୋକେ । ଜାଣିଛନ୍ତି କି ଜାନୁଆରୀ ୧ତାରିଖକୁ କାହିଁକି ନୂଆବର୍ଷ ଭାବେ ପାଳନ କରାଯାଏ । ପୂର୍ବରୁ ଡିସେମ୍ବର ୨୫ତାରିଖକୁ ନୂଆବର୍ଷ ଭାବେ ପାଳନ କରାଯାଉଥିଲା । କେବଳ ଡିସେମ୍ବର ୨୫ତାରିଖ ନୁହେଁ କେହି କେହି ତ ମାର୍ଚ୍ଚ ୨୫ତାରିଖକୁ ବି ନୂଆବର୍ଷ ଭାବେ ପାଳନ କରୁଥିଲେ । କିନ୍ତୁ ନୂଆବର୍ଷ ପାଳନ କରିବା ପାଇଁ ଜାନୁଆରୀ ୧କୁ ୧୫୮୨ ଅକ୍ଟୋବର ୧୫ତାରିକରେ ମାନ୍ୟତା ମିଳିଥିଲା । ତେବେ ପୂର୍ବରୁ ପ୍ରଚଳିତ ହୋଇଆସୁଥିବା କ୍ୟାଲେଣ୍ଡର ମାତ୍ର ୧୦ ମାସର ଥିଲା । ତାପରେ ଗୋଟିଏ ବର୍ଷରେ ୩୧୦ଦିନ ଏବଂ ୮ଦିନ ଏକ ସପ୍ତାହ ଥିଲା । ରୋମର ରାଜା ନୁମା ପନିପଲସ୍ ପ୍ରଥମେ ରୋମାନ୍ କ୍ୟାଲେଣ୍ଡର ପରିବର୍ତ୍ତନ କରିଥିଲେ । ଏହାପରେ ଜାନୁଆରୀକୁ ରୋମାନ୍ କ୍ୟାଲେଣ୍ଡରରେ ବର୍ଷର ପ୍ରଥମ ମାସ ଭାବେ ବିବେଚନା କରାଗଲା । ଯେଉଁଠାପେ ପୂର୍ବରୁ ମାର୍ଚ୍ଚ ମାସକୁ ପ୍ରଥମ ମାସ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ତିଆରି ହୋଇଥିବା ଏହି କ୍ୟାଲେଣ୍ଡରରେ କିଛି ଭୁଲ୍ ଥିବାରୁ ଏହାକୁ ପୁଣିଥରେ ପରିବର୍ତ୍ତନ କରାଗଲା । ବର୍ଷକ ୩୧୦ ଦିନ ବଦଳରେ ବର୍ଷକ ୩୬୫ ଦିନ ୫ଘଣ୍ଟା ୪୬ ସେକେଣ୍ଡ କରାଗଲା । ରୋମାନ୍ କ୍ୟାଲେଣ୍ଡରରେ ବଡ ପରିବର୍ତ୍ତନ କରାଯାଇ ଜାନୁଆରୀ ୧କୁ ନୂଆବର୍ଷ ଭାବେ ବିବେଚନା କରାଗଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking