36.1 C
Bhubaneswar
Sunday, May 19, 2024
Homeଓଡିଶାକାହିଁକି କୋଭିଡ୍ ପାଇଁ ବଢିଲା ବାଲ୍ୟ ବିବାହ ସଂଖ୍ୟା ? ଆସନ୍ତୁ ଜାଣିବା

କାହିଁକି କୋଭିଡ୍ ପାଇଁ ବଢିଲା ବାଲ୍ୟ ବିବାହ ସଂଖ୍ୟା ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ବାଲ୍ୟ ବିବାହ ପାଇଁ କରୋନା ଦାୟୀ। କୋଭିଡ୍‌-୧୯ ଯୋଗୁ ବାଲ୍ୟ ବିବାହ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ନିକଟରେ ୟୁନିସେଫ୍‌(UNICEF) ପ୍ରକାଶ କରିଥିବା ଏକ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ସାରା ବିଶ୍ୱ ତୁଳନାରେ ଦକ୍ଷିଣ ଏସିଆରେ ବାଲ୍ୟବଧୂଙ୍କ ସଂଖ୍ୟା ସର୍ବାଧିକ ରହିଛି। କୋଭିଡ୍-୧୯ କାରଣରୁ ଆର୍ଥିକ ଚାପ ଓ ସ୍କୁଲ୍ ବନ୍ଦ ରହିବା ଯୋଗୁ ବାପାମା ସେମାନଙ୍କ ନାବାଳିକା ଝିଅର ବିବାହ କରାଇ ଦେବାକୁ ବାଧ୍ୟ ହୋଇଥିବା ରିପୋର୍ଟରେ କୁହାଯାଇଛି।

ୟୁନିସେଫ୍‌ ରିପୋର୍ଟ ଅନୁସାରେ, ଦକ୍ଷିଣ ଏସିଆରେ ୨୯ କୋଟି ବାଲ୍ୟବଧୂ ଅଛନ୍ତି। ଯାହା ବିଶ୍ୱରେ ୪୫ ପ୍ରତିଶତ ହେବ। ୟୁନିସେଫ ପକ୍ଷରୁ କରାଯାଇଥିବା ସର୍ଭେରେ ବାଂଲାଦେଶ, ଭାରତ ଓ ନେପାଳର ୧୬ ଟି ସ୍ଥାନରେ ଲୋକମାନଙ୍କ ସହ ଏହି ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ଏଥିରେ ଜଣାପଡ଼ିଥିଲା ଯେ କୋଭିଡ୍ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବାର ସବୁ ବିକଳ୍ପ ବନ୍ଦ ହୋଇଯାଇଥିଲା। ସ୍କୁଲ କଲେଜ ବନ୍ଦ ସହ ଆର୍ଥିକ ଚାପ ଯୋଗୁ କିଛି ବାପାମା ଏହାକୁ ବାଲ୍ୟ ବିବାହର ପ୍ରକୃଷ୍ଠ ସମୟ ଭାବି ଝିଅ ବାହା କରିଦେଇଥିଲେ।

ନେପାଳରେ ମହିଳାଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୨୦ ରହିଛି। ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଏହି ସୀମା ୧୮ ରହିଛି। ସେହିପରି ଆଫଗାନିସ୍ତାନରେ ଓ ପାକିସ୍ତାନରେ ୧୬ ରହିଥିବା ବେଳେ ପାକିସ୍ତାନ ସିନ୍ଧ ରାଜ୍ୟରେ ବିବାହର ସର୍ବ ନିମ୍ନ ବୟସ ୧୮ ରହିଛି। ଏହିସବୁ ଦେଶଗୁଡ଼ିକ ବାଲ୍ୟ ବିବାହ ସଂଖ୍ୟା ବୃଦ୍ଧି ହୋଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking