ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଅନେକ ପ୍ରଥା ପରମ୍ପରା ରହିଛି । ଯାହାର ଭିନ୍ନ ଭିନ୍ନ ମହତ୍ତ୍ୱ ଏବଂ ଗୁରୁତ୍ୱ ମଧ୍ୟ ରହିଛି । ତେବେ ଏହି ପ୍ରଥା ପରମ୍ପରା କାଇଁ କେଉଁ କାଳରୁ ଚାଲି ଆସୁଛି । ତେବେ ଏହି ପ୍ରଥା ପରମ୍ପରା ମଧ୍ୟରେ ନିଜଠାରୁ ବଡ ଲୋକଙ୍କୁ ପାଦ ଛୁଇଁବାର ନିୟମ ମଧ୍ୟ ସାମିଲ୍ ଅଛି । ତେବେ ଏହି ପାଦ ଛୁଇଁବାର ନିୟମ ଅନ୍ୟ ପ୍ରତି ସମ୍ମାନ ଏବଂ ସଂସ୍କାର ପ୍ରତିକ ଭାବରେ ବିବେଚନା କରାଯାଏ । ଏହାକୁ ଚରଣ ସ୍ପର୍ଶ ବା ପ୍ରଣାମ ବୋଲି କୁହାଯାଏ । ତେବେ ଆପଣମାନେ ଜାଣିଛନ୍ତି କି ଏହି ପାଦ ଛୁଇଁବା ନିୟମର କିଛି ମହତ୍ତ୍ୱ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯାହା ଜାଣିଲେ ଅପାଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ଏହି ପ୍ରଥା ବା ନିୟମ ବିଷୟରେ…
ପାଦଛୁଇଁବାର ବୈଜ୍ଞାନିକ କାରଣ: ବିଜ୍ଞାନ ଅନୁସାରେ ପ୍ରତ୍ୟେକ ମାନବ ଶରୀରରେ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ରହିଥାଏ । ଫଳରେ ମାନବ ଶରୀରର ବାମଭାଗର ଅଧା ନକରାତ୍ମକ ଶକ୍ତି ପ୍ରବାହ କରିଥିବା ବେଳେ ଶରୀରର ଡାହାଣ ଭାଗ ସକରାତ୍ମକ ଶକ୍ତି ପ୍ରବହ କରିଥାଏ । ତେଣୁ କୁହାଯାଏ ଯେ ପ୍ରଣାମ କରିବା ସମୟରେ ଦୁଇ ହାତକୁ ଛକି ପରି କରି ପ୍ରଣାମ କରିବା ଉଚିତ୍ । ଏପରି କରିବା ଦ୍ୱାରା ଶରୀରରେ ଥିବା ନକରାତ୍ମକ ଏବଂ ସକରାତ୍ମକ ପ୍ରଭାବ ନିୟନ୍ତ୍ରଣରେ ରହିଥାଏ ।