23.1 C
Bhubaneswar
Saturday, January 4, 2025
Homeଓଡିଶାକୋରେଇ କାହାର?

କୋରେଇ କାହାର?

ଯାଜପୁର : କୋରାଇ ନିର୍ବାଚନ ମଣ୍ଡଳୀ ରେ ଦବଦବା ଜାହିରି କରିବା ପାଇଁ ଡାନି ଓ ବବି ମଧ୍ଯ ରେ ଛାୟା ଯୁଦ୍ଧ ଆରମ୍ୱ ହୋଇଚି l ଏହି ଦୁଇ ଜଣକ ସମର୍ଥକ କୋରାଇ ନିର୍ବାଚନ ମଣ୍ଡଳୀରେ ରହିଚି l ଦୀର୍ଘ୍ 10ବର୍ଷ ଧରି ଦୁଇ ନେତା କୋରେଇ ରେ ଦବ ଦବା ଜାରି ରଖିଛନ୍ତି କୋରେଇ ନିର୍ବାଚନ ମଣ୍ଡଳୀରେ ବିଗତ ଦିନ ରେ ବବି ଓ ଡାନି ପରିବାର ଏହି ନିର୍ବାଚନ ମଣ୍ଡଳୀରୁ ସେମାନଙ୍କର ରାଜନୈତିକ ଜୀବନ ଆରମ୍ଭ କରି ରାଜ୍ୟ ରାଜନୀତିରେ ନିଜର ପତିଆରା ସୃଷ୍ଟି କରି ଆସୁଥିଲେ | ଚଳିତ ବିଧାନସଭା ନିର୍ବାଚନରେ ବବି ବବୁ ଙ୍କ ସାନ ଭାଇ ଭବ ପ୍ରସାଦ ଦାସ କୋରେଇରୁ ବିଜେଡି ଦଳର ପାର୍ଥୀ ହେବାପାଇଁ ଏକ ପ୍ରକାର ସିଦ୍ଧାନ୍ତ ହୋଇଥିବାର ଚର୍ଚ୍ଚା ଜୋର ଧରିଛି | ଏହାକୁ ପ୍ରତିହତ କରିବା ପାଇଁ ପଛେଦ ପଟ ରେ ଡାନି କୋରେଇରେ କେତେକ ବିଜେଡି କର୍ମୀଙ୍କ ଜରିଆ ରେ ଗୋଟି ଚାଳନା ଆରମ୍ଭ କରିଛନ୍ତି | ଯାହା ସୋମ ର ଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରତିଫଳନ ହୋଇଛି | କୋରେଇର ସ୍ୱାଭିମାନ ପାଇଁ କୋରେଇ ମାଟିର ପୁଅକୁ ବିଜେଡି ପାର୍ଥୀ କରିବା ପାଇଁ ଡାନି ଙ୍କ ସମର୍ଥକ ମାନେ ସାମ୍ବାଦିକ ସମ୍ମିଳନୀରେ ବବି ଦାସ ପରିବାରକୁ ଦୃଢ ବିରୋଧ କରିବା ସହ ତୀବ୍ର ସମାଲୋଚନା କରିଥିଲେ | ଅନୀ ପକ୍ଷ ରେ ମଙ୍ଗଳ ବାରେ କୋରେଇ ଯୁବ ବିଜେଡ଼ି ଓ ଜିଲ୍ଲା ଯୁବ ବିଜେଡ଼ି ମହିଳା ବିଜେଡ଼ି ପକ୍ଷ ରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଏହା କୁ ଖଣ୍ଡନ କାରା ଯାଇଛିl ଯେଁଉ ମାନେ ସାମ୍ବାଦିକ ସମ୍ମିଳନୀ ରେ ଯାହା କହି ଛନ୍ତି ସେମାନେ ବିଜେଡ଼ି ଦଳ ର ନୁହଁନ୍ତି ବିଗତ 10ବର୍ଷ ମଧ୍ୟରେ ବିଜେଡ଼ି କାର୍ଯ୍ୟ କ୍ରମ ରେ ସାମିଲ ହୋଇ ନାହାନ୍ତି l ବିଜେଡ଼ି ଦଳ ର ସଭ୍ୟ ନୁହନ୍ତି ସେମାନଙ୍କ ବିରୁଦ୍ଧ ରେ ଆଇନ ଗତ କାର୍ଯ୍ୟ ନୁଷ୍ଟl ଗ୍ରହଣ କରାଯିବ ବୋଲି ଚେତା ବାଣୀ ଦେଇ ଥିଲେ l ଦୁଇ ନେତା ମଧ୍ୟ ରେ କୋରେଇ ର ବିଜେଡ଼ି ପର୍ଥୀ କୁ ନେଇ ଶୀତଳ ଯୁଦ୍ଧ ଅରମ୍ୱ ହୋଇଛି l ସୂଚନା ଯୋଗ୍ୟ ଯେ ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଏହି ନିର୍ବାଚନ ରାଜନୀତି ଆରମ୍ବ କରି ଏଠାରୁ ଦୁଇ ଥର ବିଧାୟକ ହୋଇ କୋରେଇକୁ ଛାଡି ସୁକିନ୍ଦାକୁ ବାଛିଥିଲେ | ଏହାର ବହୁ ବର୍ଷ ପରେ ଅର୍ଥାତ ୨00୯ ମସିହାରେ ତାଙ୍କର ସୁ ପୁତ୍ର ପ୍ରୀତରଞ୍ଜ ଘଡ଼ାଇ (ଡ୍ୟାନି )କୋରେଇ ରାଜନୀତିରେ ବିଜେଡି ଦଳରୁ ଟିକେଟ ପାଇ ପ୍ରଥମ ଥର ପାଇଁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଓ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ସେତେ ବେଳେ ବବି ଵାବୁ ଓ ସ୍ୱର୍ଗତ କଳ୍ପ ତରୁ ଦାସ ଡାନି ଙ୍କୁ କୋରେଇ ବିଦା କରିବା ପାଇଁ ଯୋଜନା କରି ଥିଲେ ଓ ସଫଳ ହୋଇ ଥିଲେ l କୋରେଇ ବଦଳ ରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ଟିକେଟ ମିଳି ଥିଲା ଓ ସୁକିନ୍ଦା ରେ ବିଜୟ ହୋଇ ଥିଲେ ମଧ୍ୟ କୋରେଇ ରେ ତାଙ୍କର ଦବ ଦବା ଆଜି ପର୍ଯ୍ୟନ୍ତ ବଜାୟ ରଖିଛନ୍ତି l ସ୍ଵର୍ଗତ ଅଶୋକ ଦାସ କୋରେଇରେ ଲଗାତାର ଭାବେ 6 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ଏଣୁ ଏହି ଦୁଇ ପରିବାରର ଦବଦବା ଏହି ନିର୍ବାଚନ ମଣ୍ଡଳୀରେ ରହିଆସିଛି | ଏହି ଦୁଇ ପରିବାର କୋରେଇକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି | ଯାହା ଫଳରେ କୋରେଇର ରାଜନୀତି ବୁଢିଆଣୀ ଜାଲରେ ଛନ୍ଦି ହୋଇପଡିଛି | ଦୁଇ ପରିବାର ସମର୍ଥକ ଥିବାରୁ କୋରେଇର ନେତୃତ୍ୱ ନେଉଥିବା ନୂଆ ନେତା ମାନେବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଯାହା ସେମାନଙ୍କ ପାଇଁ ବୁମେରାଂ ସଦୃଶ ହୋଇଚି ନିର୍ବାଚିତ ବିଧାୟକ ମାନେ ସ୍ବାଧିନ ଭାବେ କାର୍ଯ୍ୟ କରିପାରୁ ନାହାନ୍ତି କର୍ମୀ ମାନେ ବବି ଓ ଡାନି ଙ୍କ ଦ୍ଵାରା ପରିଚାଳିତ ହେଉଛନ୍ତି l କୋରେଇ ରୁ କିଏ ଟିକେଟ ପାଇବ ତାହା ପ୍ରଶ୍ନବlଚି? ଏହି ଦୁଇ ନେତା ଶୀତଳ ଯୁଦ୍ଧ ରେ ଡାନି ନା ବବି ସଫଳ ହେବେ ସମୟ କହିବ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking