25.8 C
Bhubaneswar
Saturday, July 27, 2024
Homeଓଡିଶାଓଡ଼ିଶାରେ କିଏ କାହାକୁ ସାହାଯ୍ୟ କରୁଛି ଚକାଆଖି ସବୁ ଦେଖୁଛି : କଂଗ୍ରେସ

ଓଡ଼ିଶାରେ କିଏ କାହାକୁ ସାହାଯ୍ୟ କରୁଛି ଚକାଆଖି ସବୁ ଦେଖୁଛି : କଂଗ୍ରେସ

ଭୁବନେଶ୍ୱର : ଆୟକର ବିଭାଗ ଚଢ଼ାଉରେ ଓଡ଼ିଶାର ମଦ ବ୍ୟବସାୟଙ୍କ ଠାରୁ ଜବତ ହୋଇଥିବା ୩୦୦ କୋଟି ଉର୍ଦ୍ଧ୍ୱ ଟଙ୍କା ଘଟଣାରେ ବିଜେଡ଼ି ଦଳ ତରଫରୁ କଂଗ୍ରେସ ଦଳ ପ୍ରତି କରାଯାଇଥିବା ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜୀନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଦୀର୍ଘଦିନ ଧରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ସମସ୍ତ କଂଗ୍ରେସ ନେତୃବର୍ଗ ବିଜେଡ଼ି ଓ ବିଜେପି ଏକ ଓ ଅଭିନ୍ନ ବୋଲି କହିଆସୁଛନ୍ତି, ଏହାର ପ୍ରମାଣ ବିିଭିନ୍ନ ସମୟରେ ଦିଆଯାଇଛି । “ଯାଦୁଆ ବିକ୍ରି କରୁଛି ଯାଦୁ ମଲମ” ଉକ୍ତିଟି ବିଜେଡ଼ି ଦଳ ପାଇଁ ଉକ୍ତିଟି ପ୍ରଯୁଜ୍ୟ । ୨୦୦୪ ରୁ ୨୦୦୯ ମସିହା ମିଳିତ ସରକାରରେ ରହିଲେ । ୧୯୯୭ ମସିହାରୁ ବିଜେଡ଼ି ଏନ୍‌.ଡ଼ି.ଏ.ର ଏକ ଅଂଶବିଶେଷ। ରାଜ୍ୟରେ ଉଭୟ ନିର୍ବାଚନ ଅଲଗା ଅଲଗା ହୋଇ ଲଢ଼ୁଥିଲେ ମଧ୍ୟ ଉଭୟ ଦଳର ନୀତି ଓ ନିଷ୍ପତି ଏକ ।

ବିଜେଡ଼ି ବିଜେପିର ସମସ୍ତ ନୀତି ଓ ନିଷ୍ପତିକୁ ବିନା ଦ୍ୱିଧାରେ ପାଳନ କରିଆସୁଛି । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ପାର୍ଲାମେଂଟରେ ଯେତେସବୁ ବିଲ୍ ପାରିତ ହୋଇଛି ଏପରିକି କଳା କୃଷି ଆଇନ୍‌, ଶ୍ରମିକ ଆଇନ୍‌ର ପରିବର୍ତନ, ଜମୀ ଅଧିଗ୍ରହଣ, ବିମୁଦ୍ରୀକରଣ, ସି.ଏ.ଏ., ଏନ୍‌ଆରସି ଇତ୍ୟାଦି ସବୁ ବିଲ୍‌କୁ ଅନ୍ଧ ଭାବରେ ଅକୁଣ୍ଠ ସମର୍ଥନ ବିଜେଡ଼ି ବିଜେପିକୁ ଦେଇଛି । ଏପରିକି ରାଜ୍ୟ ସ୍ୱାର୍ଥର ପରିପନ୍ଥି ଆଇନ୍‌କୁ ସମର୍ଥନ କରିବାରେ ପଛଘୁଂଚା ଦେଇନାହାନ୍ତି । ଅଶ୍ୱୀନି ବୈଷ୍ଣବ ବିଜେପି ଦଳର ବର୍ତମାନ ସାଂସଦ । ସେ କିପରି କାହା ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହେଲେ? ସବୁ ପ୍ରୀତି ଖୋଲାଖୋଲି ତଥାପି କଂଗ୍ରେସ ଉପରେ ଅଭିଯୋଗ । ନିକଟ ଅତୀତରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଭି.କେ ପାଣ୍ଡିଆନ କବାଟକିଳା ଆଲୋଚନା କାହା ସ୍ୱାର୍ଥ ପାଇଁ କରୁଥିଲେ ।

ଯାହାକି ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଭି.କେ ପାଣ୍ଡିଆନ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ସମସ୍ତ ନୀତି ନିୟମକୁ ପ୍ରତିଦିନ ଉଲଘଂନ କରିବା ସହିତ ନିର୍ଦ୍ଦିଷ୍ଟ ଏକ ଦଳ ପାଇଁ କାର୍ଯ୍ୟ କରୁଥିବାର ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ତାଙ୍କ ବିରୁଦ୍ଧରେ କେନ୍ଦ୍ର ବିଜେପି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ସ୍ୱେଚ୍ଛାକୃତ ଅବସର ପାଇଁ ନିବେଦନର ୨ ଦିନ ମଧ୍ୟରେ ତାକୁ ଗ୍ରହଣ କରିବା ଏବଂ ଏପରିକି ସରକାରୀ ଛୁଟି ଦିନରେ ଫାଇଲ୍‌କୁ ଆଗକୁ ନେବା ପାଇଁ କିଏ କାହାକୁ ସାହାଯ୍ୟ କରୁଥିଲା । ଏହା କ’ଣ ଓଡ଼ିଶାର ପ୍ରଗତି ପାଇଁ କି ବୋଲି କଟାକ୍ଷ କରି ପ୍ରଶ୍ନ କରିଛନ୍ତି ଶ୍ରୀ ମହାନ୍ତି । ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ଓ ଚିଟ୍‌ଫଣ୍ଡ ଦୁର୍ନୀତି ସିବିଆଇ ତଦନ୍ତ ରାଜ୍ୟରେ କାହିଁକି ଓ କାହା ଇଙ୍ଗିତିରେ ଶୀଥିଳ ପଡ଼ିଛି । ଏଥିରେ କିଏ କାହାକୁ ସାହାଯ୍ୟ କରୁଛି ରାଜ୍ୟବାସୀଙ୍କୁ ସବୁ ଜଣା । ଚକାଆଖି ସବୁ ଦେଖୁଛି । ଏଥିରୁ ଜଣାପଡ଼ୁଛି କିଏ କାହାକୁ ସାହାଯ୍ୟ କରୁଛି । ତେଣୁ ବିଜେଡ଼ି ପକ୍ଷରୁ ଏଭଳି ହାଲୁକା ମନ୍ତବ୍ୟ ଦେଇ ଲୋକହସା ହେବା ଅପେକ୍ଷା ସତକୁ ପରଖି ନେବା ଉଚିତ୍ ଓ ନିଜକୁ ଦେଖିନେବା ଉଚିତ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking