28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶନାବାଳିକା ସହାୟିକାକୁ ତାଲିବାନୀ ନିର୍ଯାତନା; ଅକଥନୀୟ ଅତ୍ୟାଚାର ସହ କରୁଥିଲେ ଅଶ୍ଲୀଳ ଭିଡିଓ

ନାବାଳିକା ସହାୟିକାକୁ ତାଲିବାନୀ ନିର୍ଯାତନା; ଅକଥନୀୟ ଅତ୍ୟାଚାର ସହ କରୁଥିଲେ ଅଶ୍ଲୀଳ ଭିଡିଓ

ନୂଆଦିଲ୍ଲୀ: ନାବାଳିକା ଘରୋଇ ସହାୟିକାଙ୍କ ସହ ଅମାନବୀୟ ଅତ୍ୟାଚାର । ୧୩ ବର୍ଷୀୟା ଝିଅକୁ ଘରୋଇ ସହାୟିକା ଭାବେ ରଖି ତାକୁ ଶାରୀରିକ ନିର୍ଯାତନା । ନାବାଳିକାଙ୍କୁ ମାଡ ମାରିବା ଏବଂ ଦୁର୍ବ୍ୟବହାର ସହ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଅଭିଯୁକ୍ତ ମହିଳା ଓ ତାଙ୍କର ଦୁଇ ପୁଅଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିଛି । ଏପରି ଏକ ଅଭାବନୀୟ ଘଟଣା ଗୁରୁଗ୍ରାମରୁ ସାମ୍ନାକୁ ଆସିଛି ।

ଗୁରୁଗ୍ରାମରେ ୧୩ ବର୍ଷୀୟ ନାବାଳିକା ଶଶୀ ଶର୍ମା ନାମକ ଜଣେ ମହିଳାଙ୍କ ଘରେ ଘରୋଇ ସହାୟିକା ଭାବରେ କାମ କରୁଥିଲେ । ସେଠାରେ ଘରର ମାଲିକାଣୀ ତାଙ୍କୁ ବାରମ୍ବାର ଲୁହା ବାଡିରେ ମାଡ ମାରିବା ବେଳେ ତାଙ୍କର ଦୁଇ ପୁଅ ନାବାଳିକାଙ୍କୁ ଦୁର୍ବ୍ୟବହାର କରି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲେ । ଏଥିସହ ନାବାଳିକାଙ୍କ ୪୮ ଘଣ୍ଟାକୁ ଥରେ ଖାଇବାକୁ ଦିଆଯାଉଥିଲା ଏବଂ ପାଟି ନ ଖୋଲିବା ପାଇଁ ତାଙ୍କ ପାଟି ବାନ୍ଧି ଦେଇଥିଲେ । ନାବାଳିକାଙ୍କ ହାତରେ ଏସିଡ୍ ଢାଳି ଯଦି ସେ ଏହି ଅସୁବିଧାକୁ କାହାକୁ ପ୍ରକାଶ କରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ । ଏହାରି ମଧ୍ୟରେ ଗତକାଲି ପୀଡିତାଙ୍କ ମାଆ ତାଙ୍କୁ ଦେଖା କରିବାକୁ ଯାଇଥିବା ସମୟରେ ସମସ୍ତ ଘଟଣା ବିଷୟରେ ଜାଣିପାରି ଥାନାରେ ଅଭିଯୋଗ କରିଥିଲେ ।

ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ପୀଡିତାଙ୍କ ମାଆ ବିହାରର ବାସିନ୍ଦା ହୋଇଥିବା ବେଳେ ଜୁନ୍ ୨୭ରେ ଜଣେ ଗାଡି ସଫା କରୁଥିବା ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ଝିଅ ପାଇଁ ଏହି ଚାକିରି ବୁଝି ଦେଇଥିଲେ । ନାବାଳିକାକୁ ରହିବା ଏବଂ ମାସିକ ୯,୦୦୦ ଟଙ୍କା ଦରମା ଦିଆଯିବାକୁ ପ୍ରତିଶୃତି ଦିଆଯାଇଥିଲା । ଏନେଇ ପୀଡିତାଙ୍କ ମାଆ କହିଛନ୍ତି ଯେ, “ମୁଁ ମୋ ଝିଅକୁ ଅନେକ ଥର ଭେଟିବାକୁ ଯାଇଥିଲି । କିନ୍ତୁ ତାଙ୍କୁ ସାକ୍ଷାତ କରିବାକୁ କିମ୍ବା ଫୋନରେ କଥାବାର୍ତ୍ତା କରିବାକୁ ଅନୁମତି ଦେଉ ନ ଥିଲେ ଘରର ମାଲିକ । ଏହି ଅଭିଯୋଗରେ ଶଶି ଶର୍ମା ଏବଂ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ପୋକସୋ ଆକ୍ଟ ଧାରା ୧୦ ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା ୭୫ ଅନୁଯାୟୀ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking