32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶବ୍ଲାକ ଫଙ୍ଗସ ପରେ ଏବେ ହ୍ୱାଇଟ ଫଙ୍ଗସ

ବ୍ଲାକ ଫଙ୍ଗସ ପରେ ଏବେ ହ୍ୱାଇଟ ଫଙ୍ଗସ

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଛି । ଏହାରି ମଧ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟମାନଙ୍କରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ହ୍ୱାଇଟ ଫଙ୍ଗସ ଭଳି ରୋଗ ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ବିହାର ପାଟଣାରେ ୪ ହ୍ୱାଇଟ ଫଙ୍ଗସ କେସ ସାମ୍ନାକୁ ଆସିଛି ।

ବିଶେଷଜ୍ଞଙ୍କ କହିବାନୁସାରେ ହ୍ୱାଇଟ ଫଙ୍ଗସ୍ ବ୍ଲାକ ଫଙ୍ଗସଠାରୁ ଅଧିକ ମାରାତ୍ମକ  । ହ୍ୱାଇଟ ଫଙ୍ଗସରେ ମଧ୍ୟ କରୋନା ଭଳି ଫୁସଫୁସକୁ ପ୍ରଭାବିତ କରିଥାଏ । ଏହା ପେଟ, କିଡନୀ, ବ୍ରେନ, ଚର୍ମ, ମୁହଁ ଏବଂ ଶରୀର ବିଭିନ୍ନ ଅଙ୍ଗକୁ ମଧ୍ୟ ଏହା ସଂକ୍ରମିତ କରିପାରେ ।

ପାଟଣାରେ ଏପର୍ଯ୍ୟନ୍ତ ଚାରିଟି ହ୍ୱାଇଟ ଫଙ୍ଗସ ମାମଲା ସାମ୍ନାକୁ ଆସିଛି । ପିଏମସିଏଚର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟର ମୁଖ୍ୟ ଡ.ଏସଏନ ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଚାରିଜଣ ରୋଗୀଙ୍କୁ କରୋନାର ଲକ୍ଷଣ ଦେଖାଯାଇଥିଲା ମାତ୍ର ସେମାନଙ୍କୁ କରୋନା ହୋଇନଥିଲ , ସେମାନଙ୍କର ସମସ୍ତ ଟେଷ୍ଟ ନେଗେଟିଭ ରହିଥିଲା  । ତେବେ ପରେ ଟେଷ୍ଟ କରିବା ପରେ ଜଣାପଡିଥିଲା ସେମାନେ ହ୍ୱାଇଟ ଫଙ୍ଗସରେ ଆକ୍ରାନ୍ତ । ସେମାନଙ୍କୁ ଆଣ୍ଟି ଫଙ୍ଗଲ୍ ଔଷଧ ଦିଆଯାଇଥିଲା ଏବଂ ସେମାନେ ଠିକ ହୋଇଯାଇଥିଲେ । ତେବେ ଡାକ୍ତରଙ୍କ କହିବା ଅନୁସାରେ ହ୍ୱାଇଟ ଫଙ୍ଗସ ଦ୍ୱାରା ମଧ୍ୟ ଫୁସଫୁସ ସଂକ୍ରମିତ ହୋଇଥାଏ । ଏଚଆରସିଟି କରିବା ପରେ କରୋନା ଭଳି ସଂକ୍ରମଣ ଦେଖାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking