31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଲଦାଖରେ ହ୍ୱାଇଜର ରେଜିମେଣ୍ଟ ମୁତୟନ

ଲଦାଖରେ ହ୍ୱାଇଜର ରେଜିମେଣ୍ଟ ମୁତୟନ

ଶ୍ରୀନଗର: ଭାରତୀୟ ସ୍ଥଳସେନା ପକ୍ଷରୁ ଚୀନ୍ ସୀମା ସଂଲଗ୍ନ ଲଦାଖରେ ହ୍ୱାଇଜର ରେଜିମେଣ୍ଟକୁ ମୁତୟନ କରାଯାଇଛି । ବାସ୍ତବ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସମ୍ବେଦନଶୀଳ ଆଗୁଆ ଘାଟିରେ କେ୯-ବଜ୍ର କମାଣ ମୁତୟନ କରାଯାଇଛି । ୫୦ କିମି ଦୂରତା ମଧ୍ୟରେ ଏହା ଶତ୍ରୁପକ୍ଷର ଯେକୌଣସି ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି । ସମୁଦ୍ର ପତ୍ତନଠାରୁ ଯଥେଷ୍ଟ ଉଚ୍ଚତାରେ ଏହି କମାଣ ବେଶ କାର୍ଯ୍ୟକ୍ଷମ ପ୍ରମାଣିତ ହୋଇସାରିଛି । ବର୍ତ୍ତମାନ ଏଲଏସିରେ ଏହି ରେଜିମେଣ୍ଟକୁ ମୁତୟନ କରାଯାଇଥିବାରୁ ଭାରତୀୟ ସେନାର ମାରକ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଆଶାବ୍ୟକ୍ତ କରିଛନ୍ତି । ଗତବର୍ଷ ମେ’ରୁ ଲଦାଖର ବିଭିନ୍ନ ସ୍ଥାନରେ ଭାରତ ଓ ଚୀନ୍ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ।

ତେବେ ଗଲୱାନ ଘାଟିରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ୍ ମଧ୍ୟ ୪୫ ସୈନ୍ୟଙ୍କୁ ହରାଇଥିଲା । ଇତିମଧ୍ୟରେ ଉଭୟପକ୍ଷ ମଧ୍ୟରେ ୧୨ଥର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଥିଲେ ସୁଦ୍ଧା ସୀମାରୁ ଉତ୍ତେଜନା ସମ୍ପୂର୍ଣ୍ଣ ଦୂର ହୋଇନାହିଁ । ସୈନ୍ୟ ପ୍ରତ୍ୟାହାର ନାମରେ ଚୀନ୍ ମିଥ୍ୟା ପ୍ରତିଶ୍ରୁତି ଦେଉଥିବାବେଳେ ପ୍ରାୟ ୪ ହଜାର କିମି ଦୈର୍ଘ୍ୟ ବିଶିଷ୍ଟ ସୀମାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭାରତକୁ ମଧ୍ୟ ଅନୁରୂପଭାବେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଜେନେରାଲ ନରବଣେ କହିଛନ୍ତି । ସୂଚନାଯୋଗ୍ୟ ଦକ୍ଷିଣ କୋରିଆ କମ୍ପାନୀର ମିଳିତ ସହଯୋଗରେ ଭାରତର ଲାର୍ସନ ଆଣ୍ଡ୍ ଟ୍ୟୁବ୍ରୋ କମ୍ପାନୀ ଏହି କମାଣ ଭାରତରେ ନିର୍ମାଣ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking