27.1 C
Bhubaneswar
Saturday, July 27, 2024
Homeଓଡିଶାମୂର୍ତ୍ତି ବିସର୍ଜନବେଳେ ମା’ର ଆଖି ଆଗରେ ଭାସିଗଲା ପୁଅ

ମୂର୍ତ୍ତି ବିସର୍ଜନବେଳେ ମା’ର ଆଖି ଆଗରେ ଭାସିଗଲା ପୁଅ

ରାୟଗଡା: ଗତକାଲି ଧୂମଧାମରେ ବିଘ୍ନ ବିନାଶକଙ୍କ ପୂଜା ହୋଇଥିବାବେଳେ ଆଜି ରାୟଗଡାରେ ଅଘଟଣ ଘଟିଛି । ଗଜାନନଙ୍କ ମୂର୍ତ୍ତି ବିସର୍ଜନବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ଯୁବକ । ତେବେ ଯୁବକଙ୍କ ମାଙ୍କ ଆଖି ସାମ୍ନାରେ ଏସବୁ ଘଟଣା ଘଟିଯାଇଥିଲେ ବି ସେ ନିରୁପାୟ ହୋଇ କିଛି କରିପାରିନାହାନ୍ତି ।

ସୂଚନା ମୁତାବକ ଗଜାନନଙ୍କ ମୂର୍ତ୍ତି ବିସର୍ଜନ ସମୟରେ ନାଗାବଳୀ ନଦୀର ଚେକାଗୁଡା ବ୍ରିଜ ନିକଟରେ ଜଣେ ଯୁବକ ଭାସିଯାଇଛନ୍ତି । ଯୁବକଙ୍କ ନାମ ଶ୍ରୀନିବାସ ଅଶୋକ କୁମାର ହୋଇଥିବାବେଳେ ତାଙ୍କ ଘର ମାଙ୍କଡ଼ଝୋଲା ବୋଲି ଜଣାପଡିଛି । ସେ ତାଙ୍କ ପରିବାର ସହିତ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବାବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking