23.1 C
Bhubaneswar
Friday, January 10, 2025
Homeଓଡିଶାଯେଉଁଠି ବିଜ୍ଞାନ ହାରେ, ସେଇଠି ଶ୍ରମିକ ଜିତେ: ମାୟାଧର 

ଯେଉଁଠି ବିଜ୍ଞାନ ହାରେ, ସେଇଠି ଶ୍ରମିକ ଜିତେ: ମାୟାଧର 

ଯାଜପୁର : ୧୭ଦିନ କାଳ ସାରାବିଶ୍ୱ ଚାହିଁରହିଥିଲା ଭାରତର ହିମାଳୟପାଖ ଉତ୍ତରାଖଣ୍ଡ ସୁଡଙ୍ଗରେ ଫସିରହିଥିବା ବିଚରା ଶ୍ରମିକମାନେ କେବେ ସୂର୍ଯ୍ୟୋଦୟ ଦେଖିବେ ! ଏଥିପାଇଁ ସାରାବିଶ୍ୱର ବୈଜ୍ଞାନିକ, ଭୂତତ୍ତ୍ୱବିତ୍‍, ଇଂଜିନିୟରମାନେ ଯେଝା ବୁଦ୍ଧି ଯେଝା ଖଟାଇଥିଲେ । ଭାରତ ସରକାର, ଉତ୍ତରାଖଣ୍ଡ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଥିଲେ କିଭଳି ୪୧ଜଣ ଶ୍ରମିକ ଟନେଲ୍‍ ଭିତରୁ ବାହାରିବେ । ସେଥିପାଇଁ ଆମେରିକାରୁ ମେସିନ୍‍ ଆସିଲା, ଦେଶବିଦେଶରୁ ମଧ୍ୟ ଅତ୍ୟାଧୁନିକ ମେସିନ୍‍ ପହଂଚିଲା । ସମସ୍ତେ ଫେଲ୍‍ ମାରିଲେ । ବିଶ୍ୱର ଟନେଲ୍‍ମ୍ୟାନ୍‍ ଆର୍ନୋଲ୍ଡ ଡିକ୍ସଙ୍କ ରଣନୀତିରେ କାର୍ଯ୍ୟ ଆରମ୍ଭ ହେଲା । ଚତୁର୍ଦିଗରୁ ମାଟିଖୋଳା ଆରମ୍ଭ ହୋଇଗଲା । ତଥାପି ଫସିରହିଥିବା ଶ୍ରମିକମାନେ ଉଦ୍ଧାର ହୋଇପାରୁନଥିଲେ ।
ଶେଷରେ ପାହାଡର ଭୂଗୋଳ ଜାଣିଥିବା ‘ମୁଷା ଗାତଖୋଳା ପଦ୍ଧତି’ ଦଳ ସଫଳତା ପାଇଲେ । ଏହି ‘ମୁଷା ଗାତଖୋଳା ପଦ୍ଧତି’ ୨୦୧୪ରେ ନିଷିଦ୍ଧ କରାଯାଇଥିଲା । କାରଣ ଏହି ପଦ୍ଧତିରେ କୋଇଲାଖଣିରେ ଚୋରି ହେଉଥିଲା । ଆପଣମାନେ କେହି କେହି ଜାଣିଥିବେ – ଓଡିଶାରେ ସିନ୍ଧିଚୋରଙ୍କ କାହାଣୀ । ସେମାନେ ଗାତଖୋଳି ଘରଭିତରେ ପ୍ରବେଶକରି ଚୋରି କରୁଥିଲେ । ଏବେ ଆଉ ସିନ୍ଧିଚୋର ଦେଖାଯାଉନାହାଁନ୍ତି । ଏବେ ୨୪ଜଣ ମୁଷା ଗାତଖୋଳା ଦଳ ହାତୁଡିଚୂତାନେଇ ଶ୍ରମିକମାନଙ୍କ ପାଖରେ ପହଂଚି ସେମାନଙ୍କୁ ଉଦ୍ଧାର କଲେ । ବାସ୍ତବରେ ସେଇମାନେ ହିଁ ହିରୋ । ଦୀର୍ଘ ୯ବର୍ଷ ହେଲା ନିଷିଦ୍ଧ ଘୋଷଣା ହୋଇଥିବା ଏହି ‘ମୁଷା ଗାତଖୋଳା ପଦ୍ଧତି’ ପୁନଶ୍ଚ ୨୦୨୩ରେ ଆପଣେଇବାକୁ ପଡିଲା ।
ଯେଉଁଠି ବିଜ୍ଞାନ-ବୈଜ୍ଞାନିକମାନେ ଫେଲ୍‍ ମାରିଲେ – ସେଇଠି ସାଧାରଣ ମଣିଷ ଜିତିପାରେ ବୋଲି ପ୍ରମାଣିତ ହୋଇଗଲା ଶ୍ରମିକ ମାନେ ଉଦ୍ଧାର ହୋଇଛି । ଓଡ଼ିଆ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି l ଶ୍ରମିକ ମାନଙ୍କ ବିଜୟ ଓ ମହାପ୍ରଭୁ ଙ୍କ ଆଶ୍ରିବାଦ ଯୋଗୁ ସମ୍ବମ୍ବ ହୋଇ ପାରିଲା ବୋଲି ଶ୍ରୀ ନାୟକ ଓଏନ କୁ ସୂଚନା ଦେଇ ଛନ୍ତି lସାଧାରଣତଃ ମଜଦୁର୍‍-ଚାଷୀଙ୍କୁ କେହି ଖାତିର୍‍ କରନ୍ତିନାହିଁ । ସେଇ ବେଖାତିରିଆ ମଣିଷ ଆଜି ଅତି ବୁଦ୍ଧିଆମାନଙ୍କୁ ପରାସ୍ତ କରିଦେଲେ ବୋଲି ବିଶିଷ୍ଟ ଚିନ୍ତାବିତ୍‍ ମାୟାଧର ନାୟକ ପ୍ରେସ୍‍ ଇସ୍ତାହାରରେ କହିଛନ୍ତି । ପ୍ରକୃତି ଚିର ସତ୍ୟ ଚିରତ ନ୍ନ ପ୍ରକୃତି କୁ ପଦ୍ୟୁଷଣମୂକ୍ତ ପାଇଁ
ସମୟ ଆସୁଛି – ମଣିଷ ପ୍ରକୃତି ଉପରେ ଦାଉ ସାଧୁଛି – ପ୍ରକୃତି ମଣିଷ ଉପରେ ହଜାରଗୁଣ ଦାଉ ସାଧିଲାଣି । ଏବେ ପ୍ରକୃତିର ଭୟଙ୍କର ଉଗ୍ରରୂପ ସାରାବିଶ୍ୱରେ ଦେଖାଦେଇଛି । ଜଳବାୟୂ ପ୍ରଦ୍ୟୂଷଣ ଯୋଗୁଁ ସବୁ ଅଘଟଣ ଘଟିବାକୁ ଯାଉଛି । ଏଇ ମଣିଷ ଜଳ ଏବଂ ବାୟୂକୁ ଲାଭଲୋଭରେ ପ୍ରଦ୍ୟୂଷଣ କରିବା ଫଳରେ ଭୟଙ୍କର ପ୍ରାକୃତିକ ଓ ମନୁଷ୍ୟକୃତ ବିପଦ ଦେଖାଦେଇ ମାନବସଭ୍ୟତାକୁ ଧ୍ୱଂସକରିବାକୁ ଆଗଭର । ଏବେବି ସମୟ ଅଛି – ଶେଷ ଲଗ୍ନରେ ଏ ମଣିଷ ସାବଧାନ୍‍ ହୋଇଯାଆନ୍ତୁ ବୋଲି ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking