ଭୁବନେଶ୍ୱର: ପିମେଏ ଘର ବଣ୍ଟନ ନେଇ ରାଜ୍ୟସରକାରଙ୍କୁ ୪ଟି ପ୍ରଶ୍ନ କଲେ ବିଜେପି ନେତା ସା. ସମ୍ପାଦକ ପୃଥ୍ୱୀରାଜ । ପ୍ରଥମ ପ୍ରଶ୍ନଟି ହେଉଛି କେବେ ଗରିବ ଲୋକଙ୍କୁ ଘର ଦେବେ ତାର ତାରିଖ ଘୋଷଣା କରନ୍ତୁ । ଦ୍ୱିତୀୟ ପ୍ରଶ୍ନ ହେଲା ତାଲିକାରୁ ସବୁ ଅଯୋଗ୍ୟଙ୍କ ନାମ ଉଚ୍ଛେଦ ନେଇ ସ୍ପଷ୍ଟ କରିବେ କି? ତୃତୀୟ ପ୍ରଶ୍ନ ହେଲା ଯୋଗ୍ୟ ହିତାଧିକାରୀଙ୍କ ନାମ କେବେ ସାର୍ବଜନୀନ କରିବେ? ଆଉ ଚତୁର୍ଥ ପ୍ରଶ୍ନ କରିଛନ୍ତି ବାକିଥିବା ଲୋକଙ୍କ ନାମ କେବେ ଯୋଡିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ଆମେମାନେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଲା ବିଜେପି ।