27.6 C
Bhubaneswar
Monday, January 6, 2025
Homeବ୍ରେକୀଙ୍ଗହ୍ୱାଟସଆପ ନୂଆ ପଲିସିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଂଜ

ହ୍ୱାଟସଆପ ନୂଆ ପଲିସିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଂଜ

ନୂଆଦିଲ୍ଲୀ: ହ୍ୱାଟସଆପର ନୂଆ ପ୍ରାଇଭେଟ ପଲିସିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇଛି । ହାଇକୋର୍ଟରେ ହୋଇଥିବା ଆବେଦନ ଅନୁଯାୟୀ, ହ୍ୱାଟସଆପର ନୂଆ ପଲିସି ଅନୁସାରେ, ଏହା ଅଧିକାର ରହିଛି ଯେ, ସେ କୌଣସି ବ୍ୟକ୍ତିଙ୍କର ଭର୍ଚୁଆଲ ଉପରେ ସବୁ ଗତିବିଧି ଉପରେ ନଜର ରଖିପାରିବ । ଆବେଦନରେ ନୂଆ ପ୍ରାଇଭେଟ ପଲିସି ଉପରେ ରୋକ ଲଗାଯିବାକୁ ଦର୍ଶାଯାଇଛି । ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, କୌଣସି ବ୍ୟକ୍ତିଙ୍କର ଏହା ହେଉଛି ରାଇଟ ଟୁ ପ୍ରାଇଭେସିର ଉଲ୍ଲଂଘନ । ଏହି ଆବେଦନ ଓକିଲ ଚୈତନ୍ୟା ରୋହିଲ୍ଲାଙ୍କ ତରଫରୁ କରାଯାଇଛି । ଯେଉଁଥିରେ କୁହାଯାଇଛି, ହ୍ୱାଟସଆପ ଓ ଫେସବୁକ ଭଳି କମ୍ପାନୀ ଅନେକ ପୂର୍ବରୁ ହିଁ ବେଆଇନ ଭାବରେ ସାଧାରଣ ଉପଭୋକ୍ତାଙ୍କ ଡାଟା ତୃତୀୟ ପାର୍ଟିକୁ ସେୟାର କରୁଛି । ଆଉ ଏମିତିରେ ସରକାରଙ୍କ ବିନା ଅନୁମତିରେ ହ୍ୱାଟସଆପର ନୂଆ ପ୍ରାଇଭେଟ ପଲିସି ପ୍ରସ୍ତୁତ କରାଯାଇଛି । ଏହି ନୂଆ ପଲିସି ଉପରେ ଯଥାଶୀଘ୍ର ରୋକ ଲଗାଇବାକୁ ଆବେଦନରେ କୁହାଯାଇଛି । ଏହାଛଡା ଭାରତ ସରକାର ହ୍ୱାଟସଆପ ବ୍ୟବହାର ଓ ଅନ୍ୟ ଲୋକଙ୍କ ରାଇଟ ଟୁ ପ୍ରାଇଭେସିକୁ ଦୃଷ୍ଟିରେ ରଖି ଗାଇଡଲାଇନ ଜାରି କରନ୍ତୁ । ଜାନୁଆରୀ ୪ ତାରିଖରେ ହ୍ୱାଟସଆପ ନିଜ ପ୍ରାଇଭେସି ପଲିସିରେ ପରିବର୍ତ୍ତନ କରିଥିଲା । ଏହି ପରିବର୍ତନ ଅନୁଯାୟୀ, ଉପଭୋକ୍ତା ଏହାର ସମସ୍ତ ନିୟମ ଓ ସର୍ତ୍ତ କୁ ସ୍ୱୀକାର କରିବା ଜରୁରୀ । ଏହାରି ଭିତରେ ହ୍ୱାଟସଆପ କହିଛି ଯେ, ଯେଉଁ ଉପଭୋକ୍ତା ଏହାର ନିୟମ ଓ ସର୍ତ୍ତ ସ୍ୱୀକାର ନ କରିବେ, ତାଙ୍କ ଆକାଉଣ୍ଟ ୮ ଫେବୃୟାରୀ ପରଠାରୁ ବନ୍ଦ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking