29.1 C
Bhubaneswar
Saturday, April 27, 2024
Homeଜାତୀୟ ବିଜ୍ଞାନ ଦିବସକ'ଣ ରହିଛି ଜାତୀୟ ବିଜ୍ଞାନ ଦିବସର ମହତ୍ୱ ......

କ’ଣ ରହିଛି ଜାତୀୟ ବିଜ୍ଞାନ ଦିବସର ମହତ୍ୱ ……

ନୂଆଦିଲ୍ଲୀ : ଜାତୀୟ ବିଜ୍ଞାନ ଦିବସ ପ୍ରତିବର୍ଷ ୨୮ ଫେବୃୟାରୀରେ ଭାରତରେ ପାଳନ କରାଯାଏ । ଏହିଦିନ ୧୯୨୮ ମସିହାରେ ନୋବେଲ ବିଜେତା ଭାରତୀୟ ବୈଜ୍ଞାନିକ, ଚନ୍ଦ୍ରଶେଖର ଭେଙ୍କଟ ରମଣ, ରମଣ ଇଫେକ୍ଟ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଯୋଗୁଁ ତାଙ୍କୁ ୧୯୩୦ ମସିହାରେ ନୋବେଲ ପୁରସ୍କାର ମିଳିଥିଲା ।

୧୯୮୬ ମାସିଆହାରେ ଏନସିଏସଟିସି ସରକାରଙ୍କୁ ୨୮ ଫେବୃଆରୀକୁ ଜାତୀୟ ବିଜ୍ଞାନ ଦିବସ ଘୋଷଣା କରିବାକୁ କହିଥିଲେ । ସେହି ଘଟଣାଟି ଏବେ ଦେଶରେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟରେ, ମହାବିଦ୍ୟାଳୟରେ, ବିଶ୍ୱବିଦ୍ୟାଳୟରେ, ଗବେଷଣାଗାରରେ ପାଳିତ ହେଉଛି । ପ୍ରଥମ ବିଜ୍ଞାନ ଦିବସ, ୧୯୮୭ ମସିହାରେ ହୋଇଥିଲା । ଏହି ଦିନ ଜାତୀୟ ବିଜ୍ଞାନ ଲୋକୀକରଣ ପୁରସ୍କାର ଦିଆହୋଇଆସୁଅଛି ।

ଏହି ଦିବସରେ ସାର୍ବଜନିକ ଭାଷଣ, ରେଡ଼ିଓ, ଟେଲିଭିଜନ, ବିଜ୍ଞାନ ଭିତ୍ତିକ ସିନେମା, ବିଜ୍ଞାନ ମେଳା, ରାତ୍ର ଆକାଶକୁ ଦେଖିବା, ଚଳନ୍ତା ପ୍ରକଳ୍ପ, ବକ୍ତୃତା ପ୍ରତିଯୋଗିତା, ଗବେଷଣା ପ୍ରଦର୍ଶନ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଦି ହୋଇଥାଏ ।

ଦୈନନ୍ଦିନ ଜୀବନରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣତା ବିଷୟରେ ଜାଣିବାକୁ ଏବଂ ଜଣେଇବାକୁ ଏହି ଦିବସ ପାଳନ କରାଯାଇଥାଏ । ଲୋକମାନଙ୍କୁ ବିଜ୍ଞାନ ଭିତ୍ତିକ ଗବେଷଣା, ଆବିଷ୍କାର, ଆଲୋଚନା ଆଦି କରିବାକୁ ମଧ୍ୟ ଏହି ଦିବସ ଆୟୋଜନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking