17.1 C
Bhubaneswar
Wednesday, January 22, 2025
Homeଆନ୍ତର୍ଜାତୀୟ ମାତୃଭାଷା ଦିବସମାତୃଭାଷା ସର୍ଭେ କ’ଣ? ଦେଶରେ ମୋଟ କେତୋଟି ଭାଷା ପ୍ରଚଳନ ହୋଇଥାଏ?

ମାତୃଭାଷା ସର୍ଭେ କ’ଣ? ଦେଶରେ ମୋଟ କେତୋଟି ଭାଷା ପ୍ରଚଳନ ହୋଇଥାଏ?

ନୂଆଦିଲ୍ଲୀ: ସାରା ଦେଶରେ ମୋଟ ୫୭୬ ଭାଷା ଏବଂ ଉପଭାଷାକୁ ନେଇ ମାତୃଭାଷା ସର୍ଭେ କରିସାରିଛି ଗୃହ ମନ୍ତ୍ରାଳୟ । ୨୦୨୧-୨୨ ବର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ପ୍ରତ୍ୟେକ ଆଦିବାସୀ ମାତୃଭାଷାକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବା ପାଇଁ ନିଆଯାଇଛି ଏକ ବଡ ପଦକ୍ଷେପ । ଏଥିପାଇଁ ଏକ ୱେବ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

୨୦୧୧ ଭାଷା ଜନଗଣନା ଅନୁସାରେ, ପିଲାବେଳେ ମା’ଙ୍କ ଦ୍ୱାରା କୁହାଯାଉଥିବା ଭାଷାକୁ ମାତୃଭାଷା କୁହାଯାଏ । ତେବେ ଯଦି ପିଲାଟିର ମା’ ମୃତ୍ୟୁବରଣ କରିଯାଆନ୍ତି, ତେବେ ବ୍ୟକ୍ତିଙ୍କ ଘରେ କଥିତ ଭାଷାକୁ ହିଁ ପିଲାର ମାତୃଭାଷା ବୋଲି ଗଣନା କରାଯିବ । ତେବେ ମାତୃଭାଷା ହେଉଛି ଉତ୍ତରଦାତା ଦ୍ୱାରା ଦିଆଯାଇଥିବା ଏକ ନାମ, ଯାହା ପ୍ରକୃତ ଭାଷାଭିତ୍ତିକ ମାଧ୍ୟମ ସହିତ ସମାନ ହୋଇନଥାଏ । ଏକ ରିପୋର୍ଟ ଅନୁସାରେ ଏହା ଜାଣିବାକୁ ମିଳିଛି ଯେ, ଦେଶରେ ମୋଟ ୧୯,୫୦୦ରୁ ଅଧିକ ଭାଷା ଓ ଉପଭାଷାକୁ ମାତୃଭାଷା ଭାବରେ ବ୍ୟବହାର କରାଯାଉଛି । ତେବେ ଏହାମଧ୍ୟରୁ ହିନ୍ଦୀ ହେଉଛି ସର୍ବାଦିକ ବ୍ୟବହୃତ ହେଉଥିବା ଭାଷା । ଦେଶରେ ଜନସଂଖ୍ୟାର ପ୍ରାୟ ୪୩.୬୩% ଲୋକଙ୍କ ମାତୃଭାଷା ହୋଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ମାତୃଭାଷାରେ ଶିକ୍ଷା ଦେବା ଦ୍ୱାରା ଏହାର ବିକାଶ କରାଯାଇପାରିବ ବୋଲି ଆଶା ପ୍ରକଟ କରିଛନ୍ତି ମୋଦି ସରକାର । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବିଭିନ୍ନ ସ୍କୁଲ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ମାତୃଭାଷାର ଶିକ୍ଷା ଦେବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ନିଜ ମାତୃଭାଷାରେ ଶିକ୍ଷା ପାଇବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବିଜ୍ଞାନରେ ପ୍ରତିଭାର ବିକାଶ, ସାହିତ୍ୟ ଏବଂ ସାମାଜିକ ବିଜ୍ଞାନରେ ମଧ୍ୟ ବିକାଶ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking