19.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶ‘ଇଏ ମୋ ପୁଅ ନୁହେଁ, ମୋଦିଙ୍କ ପୁଅ’: ୟୁକ୍ରେନ୍‌ରୁ ପୁଅ ଫେରିବା ପରେ ଏମିତି କହିଲେ...

‘ଇଏ ମୋ ପୁଅ ନୁହେଁ, ମୋଦିଙ୍କ ପୁଅ’: ୟୁକ୍ରେନ୍‌ରୁ ପୁଅ ଫେରିବା ପରେ ଏମିତି କହିଲେ ବାପା…

ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଭିତରେ ଇତି ମଧ୍ୟରେ ସବୁ ଭାରତୀୟ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିଛନ୍ତି । ଅପରେସନ୍ ଗଙ୍ଗା ମାଧ୍ୟମରେ କେନ୍ଦ୍ର ସରକାର ୟୁକ୍ରେନ୍‌ରେ ଫସିଥିବା ହଜାର ହଜାର ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିଛନ୍ତି । ଏହି ଅଭିଯାନରେ ୟୁକ୍ରେନ୍‌ର ସୁମିରେ ଫସିଥିବା ଧ୍ରୁବ ମଧ୍ୟ ଭାରତକୁ ଫେରିଛନ୍ତି । ଏ ଅବସରରେ ତାଙ୍କ ବାପା ଇମୋସନାଲ ହୋଇ ପଡ଼ିଛନ୍ତି । ଧ୍ରୁବଙ୍କ ବାପା ସଞ୍ଜୟ ପଣ୍ଡିତା ଭାବୁକ ହୋଇ କହିଛନ୍ତି- ମୋର ବିଶ୍ୱାସ ନଥିଲା ଯେ ମୋ ପୁଅ ସୁରକ୍ଷିତ ଭାବେ ଭାରତ ଫେରିବ । ମୁଁ କହିବି ଯେ ମୋଦି ଜୀଙ୍କ ପୁଅ ଫେରିଛି, ମୋ ପୁଅ ନୁହେଁ । ସେ ଭାରତ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ସଞ୍ଜୟ ପଣ୍ଡିତାଙ୍କ କହିବାନୁସାରେ, ଇଏ ମୋ ପୁଅ ନୁହେଁ, ମୋଦି ଜୀଙ୍କ ପୁଅ । ସେ ନେଇକି ଆସିଛନ୍ତି । ଆମେ ଭାବି ନଥିଲୁ ଯେ ପୁଅ ଆଉ ଫେରିବ ବୋଲି । କିନ୍ତୁ ଭାରତ ସରକାରଙ୍କୁ ଧନ୍ୟବାଦ ଯେ ସେ ମୋ ପୁଅକୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିଛନ୍ତି । ଭାରତ ଫେରିବା ପରେ ୟୁକ୍ରେନ୍ ଫେରନ୍ତା ଧ୍ରୁବ କହିଛନ୍ତି- ସେଠାରେ ବଞ୍ଚି କି ରହିବା ଅତ୍ୟନ୍ତ କଷ୍ଟକର ଥିଲା । ଭାରତକୁ ଫେରିବା ପରେ ଆଶ୍ୱସ୍ତି ଅନୁଭବ କରୁଛି । ଅପରେସନ୍ ଗଙ୍ଗାକୁ ସଫଳ କରିଥିବାରୁ ଭାରତ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ । ସୂଚନାଯୋଗ୍ୟ ଯେ ଉତ୍ତର-ପୂର୍ବ ୟୁକ୍ରେନ୍‌ର ଯୁଦ୍ଧଗ୍ରସ୍ତ ସହର ସୁମିରୁ ଉଦ୍ଧାର ହୋଇଥିବା ୬୭୪ ଲୋକଙ୍କୁ ନେଇ ୩ଟି ବିମାନ ଉଡ଼ାଣ ଭରିଥିଲା । ୧୧ ମାର୍ଚ୍ଚରେ ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking