19.1 C
Bhubaneswar
Wednesday, December 25, 2024
Homeପଶ୍ଚିମବଙ୍ଗ ନିର୍ବାଚନଦଳ ଜିତିଲା, ନିଜେ ମମତା ଚିତ୍‌ପଟାଙ୍ଗ

ଦଳ ଜିତିଲା, ନିଜେ ମମତା ଚିତ୍‌ପଟାଙ୍ଗ

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ନୂଆ ମୋଡ଼ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛିଡ଼ା ହୋଇଥିବା ନନ୍ଦୀଗ୍ରାମ ଆସନରୁ ହାରିଯାଇଥିବା ଜଣାପଡ଼ିଛି । ରାଜ୍ୟରେ ତାଙ୍କ ଦଳ ଜିତି ଥିଲାବେଳେ ମମତା ନିଜେ ହାରିଯିବା ସବୁଠାରୁ ବଡ଼ ଘଟଣା ବୋଲି କୁହାଯାଉଛି । ବିଜେପି ମମତାଙ୍କ ଦଳକୁ ଅଟକାଇବାରେ ଫେଲ୍ ମାରିଛି । କିନ୍ତୁ ମମତାଙ୍କୁ ଅଟକାଇବାରେ ସଫଳ ହୋଇଛି । ନନ୍ଦୀଗ୍ରାମରେ ଛିଡ଼ା ହେବା ପାଇଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ଖୋଲା ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ଗ୍ରହଣ କରି ମମତା ତାଙ୍କର ତାଙ୍କ ନିର୍ବାଚନ ମଣ୍ଡଳୀ ଛାଡ଼ି ନନ୍ଦୀଗ୍ରାମରୁ ଛିଡ଼ା ହୋଇଥିଲେ । ଶେଷରେ ମମତାଙ୍କୁ ପରାସ୍ତ କରି ନନ୍ଦୀ ଗ୍ରମାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ ହୋଇଛନ୍ତି । ମମତା ୧୯୫୩ ଭୋଟ୍‌ରେ ହାରିଯାଇଥିବା ସୂଚନା ମିଳୁଛି ।

ମମତା ହାରି ଯାଇଥିଲେ ବି ତାଙ୍କ ଦଳ ତୃଣମୂଳ କଂଗ୍ରେସ ସଂଖ୍ୟ ଗରିଷ୍ଠତା ହାସଲ କରିଛି । ଏଣୁ ପଶ୍ଚିମବଙ୍ଗରେ ପୁଣି ତୃଣମୂଳ, କଂଗ୍ରେସ ସରକାର ଗଠନ କରିବ । ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ମମତା ହାରିଥିଲେ ବି ମୁଖ୍ୟମନ୍ତ୍ରୀ ହୋଇପାରିଲେ । କିନ୍ତୁ ଏଥିପାଇଁ ତାଙ୍କୁ କୌଣସି ଏକ ଆସନରୁ ୬ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ଲଢ଼ି ଜିତିବାକୁ ହେବ । ଏଭଳି ଘଟଣା ରାଜନୀତିରେ ବିରଳ । ସମଗ୍ର ରାଜ୍ୟରେ ତୃଣମୂଳର ବିଜୟବାନା ଉଡ଼ିଥିଲାବେଳେ ନିଜେ ନେତ୍ରୀ ହାରିଯିବା ଦୁଖଦଃ ଘଟଣା ବୋଲଇ କୁହାଯାଉଛି । ପଶ୍ଚିମବଙ୍ଗର ୨୯୨ ଆସନରୁ ତୃଣମୂଳ କଂଗ୍ରେସ ୨୧୬ ଜିତିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking