30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ବିଜେପି ଫେଲ

ପଶ୍ଚିମବଙ୍ଗରେ ବିଜେପି ଫେଲ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ  ମମତାଙ୍କୁ ଅଟକାଇବାରେ ବିଜେପି ମାରିଲା ଫେଲ । ଏଥର ମମତାଙ୍କୁ ହରାଇ କ୍ଷମତାକୁ ଆସିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଥିଲା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ସବୁ ବଡ଼ବଡ଼ ନେତା ପଶ୍ଚିମବଙ୍ଗରେ ହଇଚଇ ସୃଷ୍ଟି କରିଥିଲେ । ହେଲେ ସେସବୁ ଶେଷରେ ଫେଲ ମାରିଲା କିନ୍ତୁ ବିଜେପି ଆସାମରେ ପୁଣି କ୍ଷମତାକୁ ଫେରୁଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଲ ପୁଡୁଚେରୀରେ କଂଗ୍ରେସକୁ ହରାଇ କ୍ଷମତା ଦଖଲ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ଚୂଡାନ୍ତ ଫଳାଫଳ ଘୋଷଣା ପରେ ଏସବୁ ସ୍ପଷ୍ଟ ହୋଇଯିବ ।

କେରଳରେ ଏଲଡିଏଫ, ଓ ତାମିଲନାଡୁରେ ଡିଏମକେ କ୍ଷମତା ଦଖଲ କରିବକୁ ଯାଉଥିବା ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି ।
ପଶ୍ଚିମବଙ୍ଗ ରେ ମମତା ପୁଣି ତୃତୀୟ ଥର ପାଇଁ କ୍ଷମତାକୁ ଫେରୁଥିବାରୁ ତାଙ୍କୁ ଦେଶର ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ପକ୍ଷରୁ ଶୁଭେତ୍ସାର ସୁଅ ଛୁଟିବାରେ ଲାଗିଛି । ଏପରିକି ବିଜେିପି ନେତା ମଧ୍ୟ ଶୁଭେତ୍ସା ଜଣାଇଛନ୍ତି । ପଶ୍ଚିିମବଙ୍ଗରେ ଦିଦିଙ୍କ ଆଗରେ ମୋଦୀଙ୍କ ଲହର କାମ କଲାନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ପଶ୍ଚିମବଙ୍ଗରେ ମୋଟ ୨୯୪ ଟି ଆସନ ମଧ୍ୟରୁ ୨୧୬ ଟି ତୃଣମୂଳ କଂଗ୍ରେସ ଓ ୭୬ ଟି ବିଜେପ ଅକ୍ତିଆର କରିଥିବା ବେଳେ ବାମ ଦଳ ଓ ନିଜର ଖାତା ଖୋଲି ପାରିନାହିଁ । ସେହିପରି ଆସାମରେ ମୋଟ ୧୨୬ ଟି ଆସନ ମଧ୍ୟରୁ ୭୪ ଟି ବିଜେପି, ୫୧ ଟି କଂଗ୍ରେସ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।
କେରଳରେ ମୋଟ ୧୪୦ ଟି ଆସନ ମଧ୍ୟରୁ ବାମ ଦଳକୁ ୯୯ ଓ କଂଗ୍ରେସକୁ ୪୧ ଟି ଆସନରେ ବିଜୟୀ ହୋଇଛନ୍ତି । ତାମିଲନାଡୁ ମୋଟ ୨୩୪ ଟି ଆସ ମଧ୍ୟରୁ ଡିଏମକେକୁ ୧୪୨ ଓ ଏଆଇଡିଏମକୁ ୮୯ ଟି ଆସନ ଜିତିଛନ୍ତି । ପୁଡୁଚେରୀ ପୁଡୁଚେରୀରେ ୩୦ ଟି ଆସନ ସେଥିମଧ୍ୟରୁ ବିଜେିପି ୧୩ ଟି ଆସନରେ ଜିତିଛି ।
ତେବେ ନିର୍ବାଚନ କମିଶନଙ୍କ ଘୋଷଣା ପରେ କିଏ କତେ ଆସନ ପାଇଛି ତାହା ଚୂଡାନ୍ତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking