32.1 C
Bhubaneswar
Friday, October 18, 2024
Homeଖେଳଦ୍ୱିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍ ବିଜୟୀ

ଦ୍ୱିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍ ବିଜୟୀ

ଜାମାଇକା: ବିଶ୍ୱକପ୍ ପୂର୍ବରୁ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୧୬ ରନ୍‌ରେ ବିଜୟୀ ହୋଇଛି । ଏହା ସହିତ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୦ରେ କବ୍‌ଜା କରିଛି । କିଙ୍ଗ୍‌ଷ୍ଟନ୍‌ର ସାବିନା ପାର୍କରେ ଟସ୍ ଜିତି ବ୍ୟାଟିଂ ନେଇଥିବା ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା । ଜବାବରେ ସାଉଥ୍ ଆଫ୍ରିକା ୭ ୱିକେଟ୍ ହରାଇ ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା ।
୨୦୮ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ସାଉଥ୍ ଆଫ୍ରିକା ଭଲ ଆରମ୍ଭ କରିବା ପରେ ଝୁଣ୍ଟିଥିଲା । ଓପ୍ନର୍ କ୍ୱିଣ୍ଟନ୍ ଡି କକ୍ ଓ ରିଜା ହେଣ୍ଡ୍ରିକ୍ସ ୮୧ ରନ୍ ଯୋଡ଼ି ଟିମ୍‌କୁ ଭଲ ଆରମ୍ଭ ଦେଇଥିଲେ । ଡି କକ୍ ୧୭ ବଲ୍‌ରୁ ୪୧ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ହେଣ୍ଡ୍ରିକ୍ସ ୮୩ ରନ୍‌ର ସ୍କୋର୍‌ରେ ପ୍ୟାଭିଲିୟନ୍ ଫେରିଥିଲେ । ସେ ୧୮ ବଲ୍‌ରୁ ୩୪ ରନ୍ କରିଥିଲେ । ଦୁହିଁଙ୍କ ଆଉଟ୍ ପରେ ୮୪ ରନ୍ ମଧ୍ୟରେ ଟିମ୍‌ର ୫ ୱିକେଟ୍‌ର ପତନ ଘଟିଥିଲା । ଡି କକ୍ ଓ ହେଣ୍ଡ୍ରିକ୍ସ ବ୍ୟତୀତ କେବଳ ରାସି ଭାନ୍ ଡର୍ ଡୁସେନ୍ ୨୨ ବଲ୍‌ରୁ ୩୦ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଗୁଡ଼ାକେଶ ମୋତି ୩ଟି ୱିକେଟ୍ ହାସଲ କରିଥିଲେ ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ୱେଷ୍ଟଇଣ୍ଡିଜ୍‌ର ଆରମ୍ଭ ଖରାପ ଥିଲା । ୨୬ ରନ୍‌ର ସ୍କୋର୍‌ରେ ପ୍ରଥମ ୱିକେଟ୍‌ର ପତନ ଘଟିଥିଲା । କ୍ୟାପ୍‌ଟେନ୍ ବ୍ରେଣ୍ଡନ୍ କିଙ୍ଗ୍ ମଧ୍ୟ ୫୬ ରନ୍‌ର ସ୍କୋର୍‌ରେ ପ୍ୟାଭିିୟନ୍ ଫେରିଥିଲେ । ସେ ୨୨ ବଲ୍‌ରେ ୩୬ ରନ୍ କରିଥିଲେ । ଏହାପରେ ରୋଷ୍ଟନ୍ ଚେଜ୍ ଚତୁର୍ଥ ୱିକେଟ୍ ପାଇଁ ଆନ୍ଦ୍ରେ ଫ୍ଲେଚରଙ୍କ ସହ ୩୬ ବଲ୍‌ରେ ୫୬ ରନ୍ ଭାଗୀଦାରି କରି ଇନିଂସ୍ ଆଗକୁ ବଢ଼ାଇଥିଲେ । ପରେ ସେ ରୋମାରିଓ ଶେଫର୍ଡଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ମାତ୍ର ୨୫ ବଲ୍‌ରେ ୬୩ ରନ୍‌ର ଭାଗୀଦାରି କରି ଟିମ୍‌ର ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ । ଚେଜ୍ ୩୮ ବଲ୍‌ରେ ୬୭ ରନ୍‌ର ଇନିଂସ୍ ଖେଳିଥିଲେ । ଏହା ଟି-୨୦ରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ । କାଇଲ୍ ମେୟର୍ସ ୧୬ ବଲ୍‌ରେ ୩୨, ଫ୍ଲେଜର୍ ୧୮ ବଲ୍‌ରେ ୨୯ ଏବଂ ରୋମାରିଓ ଶେଫର୍ଡ ୧୩ ବଲ୍‌ରେ ୨୬ ରନ୍‌ର ଇନିଂସ୍ ଖେଳିଥିଲେ । ଲୁଙ୍ଗି ଏନ୍‌ଗିଡି, ଏନ୍‌କାବା ପିଟର ଏବଂ ଫେଲ୍‌କ୍ୱାୟୋଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking