19.1 C
Bhubaneswar
Tuesday, January 25, 2022
Homeଦେଶ ବିଦେଶପ୍ରଥମ ତାଲିକା ଘୋଷଣା କରିପାରନ୍ତି ମମତା ବାନାର୍ଜୀ

ପ୍ରଥମ ତାଲିକା ଘୋଷଣା କରିପାରନ୍ତି ମମତା ବାନାର୍ଜୀ

ନୂଆଦିଲ୍ଲୀ:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗେସର ପ୍ରାର୍ଥୀଙ୍କର ପ୍ରଥମ ତାଲିକା ଘୋଷଣା କରିପାରନ୍ତି । ନିର୍ବାଚନ କଥା ଆସିଲେ ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରିବା ତାଲିକାରେ ଆଗରେ ରହନ୍ତି ତୃଣମୂଳ କଂଗ୍ରେସର ମୁଖ୍ୟ ମମତା । ମୁଖ୍ୟ ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ଦିନ ତୃଣମୂଳ କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଏହାକୁ ସୂଚାଉଛି ।

ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଆସନ ପାଇ ମାର୍ଚ୍ଚ ୨୭ ଭୋଟ୍ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା ବେଳେ ସୂଚନା ଦେଇଛନ୍ତି ।
ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧ ପାଇଁ ଧାର୍ଯ୍ୟ କରାଯାଇଛି ଏବଂ ଏହି ପର୍ଯ୍ୟାୟ ରେ ୩୦ ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ । ସେହିପରି ତୃତୀୟ ପର୍ଯ୍ୟାୟ ରେ ୩୧ଟି ଆସନ ପାଇଁ ଅପ୍ରେଲ ୬ ତାରିଖରେ, ୪୪ଟି ଆସନ ପାଇଁ ଅପ୍ରେଲ ୧୦ ଚତୁର୍ଥ ପର୍ଯ୍ୟାୟ ରେ ଭୋଟ୍ ଗ୍ରହଣ ହେବ । ଏଥିସହିତ ୪୫ ନିର୍ବାଚନମଣ୍ଡଳୀ ପାଇଁ ୧୭ ଅପ୍ରେଲରେ ଭୋଟ୍ ଗ୍ରହଣ ହେବା ସହ ୨୨ ଏପ୍ରିଲରେ ୪୩ ଟି ସିଟ୍ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟ୍ ହେବ । ଏପ୍ରେଲ ୨୬ ରେ ସପ୍ତମ ପର୍ଯ୍ୟାୟରେ ୩୬ ଟି ସିଟ୍ ପାଇଁ ଏବଂ ଏପ୍ରିଲ୍ ୨୯ ରେ ୩୫ ଟି ସିଟ୍ ପାଇଁ ଶେଷ ତଥା ଅଷ୍ଟମ ପର୍ଯ୍ୟାୟ ବୋଲି ଆରୋରା କହିଛନ୍ତି ।

ଗତ ନିର୍ବାଚନରେ ପଶ୍ଚିମବଙ୍ଗରେ ସାତଟି ପର୍ଯ୍ୟାୟ ରେ ନିର୍ବାଚନ ହୋଇଥିଲା । ଚଳିତ ବର୍ଷ ଆଠଟି ପର୍ଯ୍ୟାୟ ନେଇ ଏକ ପ୍ରଶ୍ନର ଉତ୍ତରରେ ସିଇସି କହିଛନ୍ତି ଅନେକ ମୂଲ୍ୟାଙ୍କନ ଆଧାରରେ ନିର୍ବାଚନ କମିଶନ ଆଇନ ଶୃଙ୍ଖଳା ପରିସ୍ଥିତି ଆକଳନ କରିଥାନ୍ତି । ୨୦୧୬ ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସାତୋଟି ପର୍ଯ୍ୟାୟ ରେ ହୋଇଥିଲା । ଲୋକସଭା ୭ ଟି ପର୍ଯ୍ୟାୟ ରେ ଥିଲା । ତେଣୁ ୭ ରୁ ୮ ପର୍ଯ୍ୟାୟ ଏତେ ବଡ କଥା ନୁହେଁ କାରଣ ଆମକୁ ମଧ୍ୟ ସୁରକ୍ଷା ବାହିନୀର ଗତିବିଧି ଦେଖିବାକୁ ପଡିବ । ଆମକୁ ରାଜନୈତିକ ଦଳ ଗୁଡ଼ିକର ଆକ୍ଷେପ ପ୍ରତିଆକ୍ଷେପକୁ ମଧ୍ୟ ନଜରରେ ରଖିବାକୁ ହେବ ବୋଲି କହିଛନ୍ତି ନିର୍ବାଚନ କମିଶନ ।

ପଶ୍ଚିମବଙ୍ଗରେ ୨୦୧୬ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୧୧, କଂଗ୍ରେସ ଓ ବାମଦଳ ୭୬, ବିଜେପି ୩ ଓ ସ୍ବାଧିନ ପ୍ରାର୍ଥି ୨ଟି ଆସନରେ ବିଜୟୀ ହୋଇଥିଲେ । ଏଥର ନିର୍ବାଚନରେ କ୍ଷମତାସୀନ ଟିଏମସିକୁ କଡା ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି । ସେପଟେ କଂଗ୍ରେସ ଓ ବାମଦଳ ମେଣ୍ଟ ମଧ୍ୟ ନିର୍ବାଚନ ଲଢୁଛି ।

୨୦୧୬ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହିତ ସରକାର ଗଠନ କରିଥିଲା ତୃଣମୂଳ କଂଗ୍ରେସ । ୩୪ ବର୍ଷ ଯାଏଁ କ୍ଷମତାରେ ରହିସାଇଥିବା ବାମଦଳର ମେଣ୍ଟକୁ ହରାଇ ଟିଏମସି ମୋଟ ୨୯୪ ଆସନରୁ ୧୯୪ ଆସନ ଜିତିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking