28.1 C
Bhubaneswar
Sunday, May 12, 2024
Homeଓଡିଶା୧୦ରୁ ପ୍ରବଳ ବର୍ଷିବ, ସତର୍କତା ଜାରି କଲା କେନ୍ଦ୍ର

୧୦ରୁ ପ୍ରବଳ ବର୍ଷିବ, ସତର୍କତା ଜାରି କଲା କେନ୍ଦ୍ର

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରୁ ଏଯାବତ୍ ମୌସୁମୀ ବର୍ଷା ସ୍ୱାଭାବିକଠୁ ଅଧିକ ରହିଛି । ଗତ ୮ ଦିନରେ ପ୍ରାୟ ୭୦ ମିମି ସ୍ୱାଭାବିକ ବର୍ଷା ହେବାର ଥିଲା, ଏହି ସମୟରେ ୭୨ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୨% ଅଧିକ । ଗତ ୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ମଧ୍ୟପ୍ରଦେଶ ଦେଇ ଗତି କରୁଛି । ଏହି ସ୍ଥିତିରେ ମୌସୁମୀ ଜନିତ ନିମ୍ନଚାପ ରେଖା ରାଜସ୍ଥାନରୁ ବାହାରି ଲଘୁଚାପର କେନ୍ଦ୍ର ସ୍ଥଳ ଦେଇ ଓଡ଼ିଶାର କେନ୍ଦ୍ରାଞ୍ଚଳ ହୋଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଫଳରେ ବର୍ଷା ପରିମାଣ ବୁଧବାର ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ମାତ୍ର ୧୨ ମିମି ବର୍ଷା ହୋଇଥିବାବେଳେ ରାଜ୍ୟରେ ଜୁନ୍ ୧ରୁ ଏବେ ସୁଦ୍ଧା ମୋଟ ୭୩୩.୫ ମିମି ବର୍ଷା ହୋଇଛି ।

ଏହି ସମୟରେ ସ୍ୱାଭାବିକ ବର୍ଷା ପ୍ରାୟ ୧୦୦୦ ମିମି ହେବା କଥା, ହେଲେ ବର୍ଷା ପରିମାଣ ୨୭% କମ୍ ରହିଛି । ଗତ ପହିଲାରୁ ବର୍ଷା ପରିମାଣ ବଢ଼ିଥିବାବେଳେ ଚଳିତ ମାସରେ ଭଲ ବର୍ଷା ହେବା ନେଇ ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେଉଛି । ତେଣୁ ଆସନ୍ତା ୧୦ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାଫଳରେ ରାଜ୍ୟକୁ ଭାରୀ ବର୍ଷା ସମ୍ଭାବନା ରହଛି । ସାମ୍ଭାବ୍ୟ ଲଘୁଚାପର ବିଶେଷ ପ୍ରଭାବ ଉତ୍ତର ତଥା କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ରହିପାରେ ।

ଦକ୍ଷିଣ ସୀମାନ୍ତ ତଥା ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ଏହାର ଆଂଶିକ ପ୍ରଭାବ ନଜରକୁ ଆସିବ । ସମୟ ଅନ୍ତରାଳେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି । ଆସନ୍ତା ୧୦ ତାରିଖ ଗଣେଷ ପୂଜା ଓ ୧୧ ତାରିଖ ନୂଆଖାଇ ଥିବାବେଳେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ୧୦ ତାରିଖ ଦିନ ରାଜ୍ୟର ୫ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୧୧ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼କୁ ଭାରୀ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖ ଦିନ ମଧ୍ୟ ରାଜ୍ୟର ଏକାଧିକ ସ୍ଥାନରେ ଭାରୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking