28.1 C
Bhubaneswar
Thursday, September 19, 2024
Homeଓଡିଶାଖସୁଛି ପାରଦ : ଆଜିଠୁ ବଢ଼ିବ ଶୀତ

ଖସୁଛି ପାରଦ : ଆଜିଠୁ ବଢ଼ିବ ଶୀତ

ଭୁବନେଶ୍ୱର : ଏଥର ଦୀପାବଳିରେ ପାଗ ଅନୁକୂଳ ରହିବ। ବର୍ଷା ହେବାର ଆଶଙ୍କା ନାହିଁ। ରାଜ୍ୟରେ ତାପମାତ୍ରା ଖସିବା ଆରମ୍ଭ ହୋଇଛି। ଦେଶର ମଧ୍ୟଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି। ଅନେକ ସ୍ଥାନରେ ୧-୨ ଡିଗ୍ରୀ ତାପମାତ୍ରା ହ୍ରାସ ହୋଇଥିବା ବେଳେ ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ଗତ ଦୁଇ ଦିନ ହେଲା ରାଜ୍ୟର ଅଧିକାଂଶ ଜିଲ୍ଲାରେ ସକାଳେ ଘନ କୁହୁଡ଼ି ହୋଇଥିବା ବେଳେ ମଙ୍ଗଳବାର ଭୁବନେଶ୍ୱର ମଧ୍ୟ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।

ସପ୍ତାହକ ମଧ୍ୟରେ ଥଣ୍ଡା ବଢ଼ିବା-କମିବା ହୋଇ ୧୭ରୁ ଦକ୍ଷିଣ ଓଡ଼ିଶାରେ ପୁଣି ପାଗ ମେଘୁଆ ରହିବ। ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବୁଧବାରଠାରୁ ରାତି ତାପମାତ୍ରା ପ୍ରାୟ ୧.୫ ଡିଗ୍ରୀ କମିବ। ଅନ୍ୟପଟେ ୧୪ରୁ ୧୬ତାରିଖ ମଧ୍ୟରେ ଦିନର ତାପମାତ୍ରା ୩ ଡିଗ୍ରୀ କମିବାକୁ ଥିବା ବେଳେ ରାତିର ତାପମାତ୍ରା ୧.୫ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣରେ ଗୁରୁବାର ରାତିରୁ ସର୍ବନିମ୍ନ ତାପମାତ୍ରା ବଢ଼ି ୧୧ ସୁଦ୍ଧା ୩ ଡିଗ୍ରୀ ବଢ଼ିବ। ୧୨ରୁ ୧୬ ମଧ୍ୟରେ ତାପମାତ୍ରା ସର୍ବାଧିକ ୪ ଡିଗ୍ରୀ କମିବ ଓ ଶୀତ ବଢ଼଼ିବ। ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣରେ ୮-୧୧ ସୁଦ୍ଧା ରାତିର ତାପମାତ୍ରା ୩ ଡିଗ୍ରୀ ବଢ଼଼ି ୧୨-୧୬ ମଧ୍ୟରୁ ପୁଣି ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking