32.1 C
Bhubaneswar
Friday, October 18, 2024
Homeଓଡିଶାଘନଘନ ଲଘୁଚାପ ଯୋଗୁଁ ବର୍ଷାରେ ଲାଗିବନି ବ୍ରେକ୍‌‌

ଘନଘନ ଲଘୁଚାପ ଯୋଗୁଁ ବର୍ଷାରେ ଲାଗିବନି ବ୍ରେକ୍‌‌

ଭୁବନେଶ୍ୱର : ରାଜ୍ୟରେ ଜାରି ରହିବ ବର୍ଷା। ଘନଘନ ଲଘୁଚାପ ଯୋଗୁଁ ବର୍ଷାରେ ଲାଗିବନି ବ୍ରେକ୍‌‌। ଗୋଟିଏ ଲଘୁଚାପ ଯିବା ପରେ ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ। ଫଳରେ ରାଜ୍ୟରେ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଜାରିରହିବା ନେଇ ପାଗ ଅନୁକୂଳ ରହିଛି। ବର୍ତ୍ତମାନ ରାଜ୍ୟ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଥିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ସୋମବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍‌‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଜାରି ରହିଥିବା ବର୍ଷାର ପରିମାଣ ୨୫ ତାରିଖରୁ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୫ ତାରିଖରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବ। ବିଶେଷକରି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବା ସହିତ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଲଘୁଚାପର ପ୍ରଭାବ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ପରବର୍ତ୍ତୀ ତିନିଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୫ରେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ସୋନପୁର, ବୌଦ୍ଧ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ନୟାଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking