24.5 C
Bhubaneswar
Thursday, January 16, 2025
Homeଓଡିଶାରାଜ୍ୟରେ ୨୨ ସହରରେ ୪୦ ଡିଗ୍ରୀ, ୪୩ଡିଗ୍ରୀ ଉପରେ ୯ ସହର

ରାଜ୍ୟରେ ୨୨ ସହରରେ ୪୦ ଡିଗ୍ରୀ, ୪୩ଡିଗ୍ରୀ ଉପରେ ୯ ସହର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଉପକୂଳରେ ତାତି ସାମାନ୍ୟ କମିଛି ହେଲେ ଆଭ୍ୟନ୍ତରୀଣ ଜିଲ୍ଲାରେ ବଢ଼ିବାରେ ଲାଗିଛି । ଏପ୍ରିଲ୍ ମାସରେ ମେ’ର ତାତି ଅନୁଭୂତ ହେଉଛି । ଆସନ୍ତା ୨୯ ଯାଏ ରାଜ୍ୟର ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ମଙ୍ଗଳବାର ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ଼ ହୋଇଛି । ମଙ୍ଗଳବାର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସେଥିରୁ ୪୨ ଡିଗ୍ରୀ ଉପରେ ୧୪ଟି ସହର ଏବଂ ୪୩ ଡିଗ୍ରୀ ଉପରେ ୯ଟି ସହର ଅଛି ।

ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀକୁ ଖସି ଆସିଥିବା ବେଳେ କଟକ ସହରର ତାପମାତ୍ରା ୩୮.୮ ଡିଗ୍ରୀ ରହିଛି । ସେହିଭଳି ଝାରସୁଗୁଡ଼ାରେ ତାପମାତ୍ରା ୪୩.୯ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୮ଂ ରେକର୍ଡ କରାଯାଇଥିଲା । ବାରିପଦାରେ ୪୩.୮, ସୋନପୁରରେ ୪୩.୬, ଟିଟିଲାଗଡ଼ରେ ୪୩.୫, ଅନୁଗୁଳରେ ୪୩.୧, ସମ୍ବଲପୁରରେ ୪୩.୧, ସୁନ୍ଦରଗଡ଼ରେ ୪୩ ଓ ଦେବଗଡ଼ରେ ୪୨.୮ ଡିଗ୍ରୀ ତାପମାତ୍ରା ରହିଥିଲା । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି ।

ଆସନ୍ତା ୪ ଦିନ ଅର୍ଥାତ ୨୭, ୨୮, ୨୯, ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିବ । ଏନେଇ ବିଭାଗ ପକ୍ଷରୁ ୯ଟି ଜିଲ୍ଲା ଯଥା ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଲାଗି ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏହାବ୍ୟତୀତ ଆଜି ଏସ୍‌ଆରସିଙ୍କ କାର୍ଯ୍ୟ।।ଳୟ ପକ୍ଷରୁ ସମ୍ପୃକ୍ତ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଅପରପେ୪ ଆସନ୍ତା ୩୦ ତାରିଖ ପରେ ପୁଣି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗର ପାରିପାଶ୍ୱିର୍କ ସ୍ଥିତି କହୁଛି ଯେ, ଉପକୂଳ ସମେତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ଫଳରେ ତାତି ହ୍ରାସ ପାଇବା ସହିତ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking