21.1 C
Bhubaneswar
Thursday, January 16, 2025
Homeଓଡିଶାଅସହ୍ୟ ତାତି ଜାରି : ୩୦ରୁ ଉପକୂଳରେ କାଳବୈଶାଖୀ ସମ୍ଭାବନା

ଅସହ୍ୟ ତାତି ଜାରି : ୩୦ରୁ ଉପକୂଳରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି ରହିଛି । ସ୍ଥିତି ଏପରି ହୋଇଛି ଯେ ଲୋକେ ଏବେ ଗ୍ରୀଷ୍ମ ଦାଉରୁ ତ୍ରାହିତ୍ରାହି ଡାକିଲେଣି । ଦିନ ୯ଟା ବାଜିଲେ ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି । ପାଣିପାଗ ବିଭାଗ କହୁଛି ତାତି ଆହୁରି ବଢ଼ିବ । ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିଯିବ । ଫଳରେ ତାତିରେ ଲୋକେ ଆହୁରି କଲବଲ ହେବେ ।
ସୋମବାର ରାଜଧାନୀ ଭୁବନେଶ୍ୱରରେ ସାମାନ୍ୟ କମିଛି ଗ୍ରୀଷ୍ମ ପ୍ରକୋପ । ଦୁଇଦିନର ଭୀଷଣ ତାତି ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହେଲେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ମଙ୍ଗଳବାର ଠାରୁ ଭୁବନେଶ୍ୱରରେ ତାପମାତ୍ରା ଆଉଟିକେ କମିବା ନେଇ ଆକଳନ କରାଯାଉଛି । ମେ’ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ତାପମାତ୍ରା ପାଖାପାଖି ୩୮ ଡିଗ୍ରୀ ରହିବ ।

୩୦ରେ ଉପକୂଳରେ କାଳବୈଶାଖୀ ସହିତ କୁଆପଥର ବର୍ଷା ହୋଇପାରେ । ହେଲେ ବଲାଙ୍ଗୀର, ସୋନପୁର, ଟିଟିଲାଗଡ଼, ବୌଦ୍ଧ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ବଢ଼ିଚାଲିବ । ୨୭ରୁ ୨୯ ଭିତରେ ଗୋଟିଏ ଦୁଇଟି ସ୍ଥାନରେ ୪୬ଂ ତାପମାତ୍ରା ଛୁଇଁବା ସମ୍ଭାବନା ରହିଛି । ୩୦ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହୋଇପାରେ । ୩୦ତାରିଖରୁ ତାପମାତ୍ରା କିଛିଟା କମିବ । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ତାପମାତ୍ରା ସପ୍ତାହେ ପର୍ଯ୍ୟନ୍ତ ବଢ଼ିବ । ମେ’ ୧ ଓ ୨ରେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ତାପମାତ୍ରା ହ୍ରାସ ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ପାଣିପାଗ ବିଭାଗ ସୂଚନାନୁସାରେ, ସୋମବାର ରାଜ୍ୟର ୮ଟି ସହରରେ ୪୩ଂରୁ ଅଧିକ ତାତି ରେକର୍ଡ଼ ହୋଇଛି । ସେହିପରି ୧୬ ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିଥିଲା । ୨୭ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିର ୪୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରେ ବ୍ରେକ୍ ଲାଗିବାର ନାହିଁ । ଆଭ୍ୟନ୍ତରୀଣ ଜିଲ୍ଲାରେ ଆହୁରି ୨ରୁ ୩ଂ ତାପମାତ୍ରା ବୃଦ୍ଧି ପାଇବ । ୨୬ରେ ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାକୁ ହିଟ୍‌ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୨୭ ତାରିଖରେ ସୋନପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ୨୮ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ ୨୯ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୩ରୁ ୫ଂ ତାପମାତ୍ରା ବୃଦ୍ଧି ସହ ଅଧିକାଂଶ ସ୍ଥାନରେ ୪୦ଂ ଉପରେ ରହିବ ପାରଦ । ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ଯାଉଥିଲେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ସୋମବାର ଚାନ୍ଦବାଲିରେ ୪୦.୩ ଡିଗ୍ରୀ ରହିଥିବା ବେଳେ କଟକରେ ୪୦.୨, ଭୁବନେଶ୍ୱରରେ ୪୦.୮, ଅନୁଗୁଳରେ ୪୩.୭, ବାରିପଦାରେ ୪୩.୭, ଝାରସୁଗୁଡାରେ ୪୩.୨, କେନ୍ଦୁଝରରେ ୪୦.୮, ସମ୍ବଲପୁରରେ ୪୩, ସୁନ୍ଦରଗଡରେ ୪୨.୫, ହୀରାକୁଦରେ ୪୨.୬, ଭବାନୀପାଟଣାରେ ୪୨.୫, ଟିଟିଲାଗଡରେ ୪୩.୮, ତାଳଚେରରେ ୪୩, ଭଦ୍ରକରେ ୪୧.୫, ଯାଜପୁରରେ ୪୧.୨, ଢେଙ୍କାନାଳରେ ୪୦.୫, ଦେବଗଡ଼ରେ ୪୨.୬, ବରଗଡ଼ରେ ୪୨, ନୂଆପଡ଼ାରେ ୪୧, ଖୋର୍ଦ୍ଧାରେ ୪୨, କେନ୍ଦ୍ରାପଡ଼ାରେ ୪୨.୨, ସୋନପୁରରେ ୪୩.୪, ବୌଦ୍ଧରେ ୪୨.୫, ନୟାଗଡ଼ରେ ୪, ପାରଳାଖେମୁଣ୍ଡିି ଓ ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking