17.1 C
Bhubaneswar
Thursday, January 16, 2025
Homeଓଡିଶା୩୯ ଡିଗ୍ରୀ ଉପରେ ୧୨ ସହର

୩୯ ଡିଗ୍ରୀ ଉପରେ ୧୨ ସହର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଗୁରୁବାର ୩୯ଂ ତାପମାତ୍ରା ଉପରେ ରାଜ୍ୟର ୧୨ ସହର ରହିଥିଲା । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ମଧ୍ୟ ଲାଗିରହିବ । ଅଭ୍ୟନ୍ତରୀଣ ଓଡ଼ିଶାରେ ଗରମ କମିବ ନାହିଁ । ଦୁଇଦିନ ମଧ୍ୟରେ ଆଉ କିଛି ସ୍ଥାନରେ ସର୍ବାଧିକ ତାପାମାତ୍ରା ୪୦ ଡିଗ୍ରୀ ପାର କରିପାରେ । ୨୯ ତାରିଖ ବେଳକୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉପକୂଳବର୍ତ୍ତୀ ସହରରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ନଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ି ଚାଲିଛି ।

ଗୁରୁବାର ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା । ସେଥିରୁ ୪୧.୪ ଡିଗ୍ରୀ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ରହିଥିଲା । ବଲାଙ୍ଗିର ୪୧.୩, ସମ୍ବଲପୁର ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବାଲେଶ୍ୱରରେ ୩୫.୦ ଡିଗ୍ରୀ, ଚାନ୍ଦବାଲିରେ ୩୫.୮ ଡିଗ୍ରୀ, କଟକରେ ୩୫.୪ ଡିଗ୍ରୀ, ପାରାଦୀପରେ ୩୧.୪ ଡିଗ୍ରୀ, ଭୁବନେଶ୍ୱରରେ ୩୫.୬ ଡିଗ୍ରୀ, ଗୋପାଳପୁରରେ ୩୦.୭ ଡିଗ୍ରୀ, ପୁରୀରେ ୩୧.୮ ଡିଗ୍ରୀ, ଅନୁଗୋଳରେ ୩୯.୧ ଡିଗ୍ରୀ, ବାରିପଦାରେ ୩୯.୫ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୮ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୭.୭ ଡିଗ୍ରୀ, ସମ୍ୱଲପୁରରେ ୪୦.୦ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୩୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ହୀରାକୁଦରେ ୩୮.୯ ଡିଗ୍ରୀ, ତାଳଚେରରେ ୩୯.୦ ଡିଗ୍ରୀ, ଭବାନୀପାଟଣାରେ ୩୯.୬ ଡିଗ୍ରୀ, ବଲାଙ୍ଗିରରେ ୪୧.୩ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ଫୁଲବାଣୀରେ ୩୮.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୪ ଡିଗ୍ରୀ, ମାଲକାନଗିରିରେ ୩୭.୫ ଡିଗ୍ରୀ, ସୋନପୁରରେ ୩୯.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ନୟାଗଡ଼ରେ ୩୯.୦ ଡିଗ୍ରୀ, ବୌଦ୍ଧରେ ୪୦.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୩.୦ ଡିଗ୍ରୀ, ଭଦ୍ରକରେ ୩୮.୦ ଡିଗ୍ରୀ ଓ ଯାଜପୁରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୨୭ରୁ ୩୧ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ୍‌ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ।

୨୬ ଓ ୨୭ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିବାର ସମ୍ଭାବନା ରହିଛି । ପଶ୍ଚିମା ଗରମ ପବନ ସଙ୍କୁଚିତ ହେତୁ ଚାନ୍ଦବାଲିରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ । ତେବେ ପବନର ବେଗ ପରିବର୍ତ୍ତନ ହେତୁ ୨୮ରୁ ସର୍ବାଧିକ ତାପମାତ୍ରା ଉପକୂଳରେ କମିବ ଏବଂ ୩୧ ତାରିଖ ସୁଦ୍ଧା କ୍ରମଶଃ କମିବ । ମାର୍ଚ୍ଚ ୩୧ ଓ ଏପ୍ରିଲ ପହିଲାରେ ଉପକୂଳ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ତାପମାତ୍ରା କମିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ । କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking