34.1 C
Bhubaneswar
Tuesday, May 14, 2024
Homeଓଡିଶାଆହୁରି ୨୪ ଘଣ୍ଟା ପ୍ରବଳ ଜାଡ଼ରେ ଥରିବ ଓଡ଼ିଶା

ଆହୁରି ୨୪ ଘଣ୍ଟା ପ୍ରବଳ ଜାଡ଼ରେ ଥରିବ ଓଡ଼ିଶା

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଛି । ଗତ ୩/୪ ଦିନ ହେବ ଅସହ୍ୟ ଥଣ୍ଡାରେ ସାରା ରାଜ୍ୟ ଥରହର ହେଉଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏସବୁ ଭିତରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରୁ ରାଜ୍ୟରେ ପାଗ ବଦଳିବା ସହ ୪ ତାରିଖରୁ ବର୍ଷାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି କିଛି ସ୍ଥାନରେ କୂଆପଥର ବର୍ଷା ନେଇ ଏହି ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି ।

ଆଜିଠାରୁ ରାଜ୍ୟରେ ପାଗର ପରିବର୍ତ୍ତନ ହେବା ସହ ସ୍ୱାଭାବିକ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ୩ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ଘନକୁହୁଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ପଶ୍ଚିମା ଝଡ଼ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାଫଳରେ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିବ । ବିଶେଷକରି ବାଲେଶ୍ୱର, ଭଦ୍ରକ,ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ସୋନପୁର ଆଦି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ।

ବର୍ଷା ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ଚାଷୀମାନଙ୍କ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ ପ୍ରଭାବରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତର ପ୍ରକୋପ ଜାରି ରହିବ । ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ତଳେ ରହିବ । ୩୧ ତାରିଖ ରାତିରୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଶୀତ ଋତୁରେ ନିୟମିତ ବ୍ୟବଧାନରେ ଲଗାତାର ବର୍ଷା ହେଉଥିବାରୁ ଚାଷୀମାନଙ୍କର ବ୍ୟାପକ ଫସଲ ନଷ୍ଟ ହେବାସହ ସେମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking