27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ଜେଲେନସ୍କି

ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ଜେଲେନସ୍କି

କିଭ୍‌: ରୁଷିଆ-ୟୁକ୍ରେନ ଯୁଦ୍ଧର ଦୁଇ ବର୍ଷ ବିତିଗଲାଣି । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା, ଯାହା ଏବେବି ଜାରି ରହିଛି । ଦୁଇ ବର୍ଷର ଯୁଦ୍ଧରେ ଉଭୟ ଦେଶରେ ଅନେକ ପରିବର୍ତ୍ତନ ହୋଇଛି । ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି, ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଏହା ଅନେକ ପରିବାର ଏବଂ ସମ୍ପ୍ରଦାୟକୁ ଭାଙ୍ଗି ଦେଇଛନ୍ତି ଏବଂ ଅର୍ଥନୀତିକୁ ଧ୍ୱଂସ କରିଛନ୍ତି । ଏହି ରକ୍ତାକ୍ତ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ରୁଷିଆ ଆକ୍ରମଣ ପରେ ଆମେ ଆମର ୩୧ ହଜାର ସୈନିକଙ୍କୁ ହରାଇଛୁ । ଅନେକ କିଛି ହରାଇଛୁ । ତଥାପି ଆମେ ମୁଣ୍ଡ ନୁଆଁଇବୁ ନାହିଁ ।

ଆମେରିକା ଭିତ୍ତିକ ଇନଷ୍ଟିଚ୍ୟୁଟ ଫର୍ ଷ୍ଟଡି ଅଫ ୱାର୍ ରିପୋର୍ଟ କରିଛି ଯେ, ରୁଷିଆ ବର୍ତ୍ତମାନ ୟୁକ୍ରେନର ୧୮ ପ୍ରତିଶତ ଅଞ୍ଚଳ ଦଖଲ କରିଛି । ରୁଷିଆର ସୈନ୍ୟବାହିନୀ ବର୍ତ୍ତମାନ ଡୋନେଟସ୍କ, ଲୁହାନସ୍କ, ଜାପୋରିଜିଆ, ଖେରସନ ଏବଂ ଖାର୍କିଭର କିଛି ଅଂଶ ଦଖଲ କରିଛନ୍ତି । ସୂଚନାଯୋଗ୍ୟ, ରୁଷିଆଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି । ପୁଟିନ ଗତ ବର୍ଷ ମଧ୍ୟସ୍ଥିଙ୍କ ମାଧ୍ୟମରେ ସର୍ବସାଧାରଣ ତଥା ବ୍ୟକ୍ତିଗତ ଭାବରେ ଆମେରିକାକୁ ସିଗନାଲ ପଠାଇଥିଲେ । ୟୁକ୍ରେନରେ ଯୁଦ୍ଧବିରାମ ପାଇଁ ରୁଷିଆ ପ୍ରସ୍ତୁତ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking