28.1 C
Bhubaneswar
Saturday, December 28, 2024
Homeଓଡିଶାଆମେ ଏପରି ଖରାପ ନିର୍ବାଚନ କେବେ ଦେଖିନାହୁଁ, ମମତାଙ୍କ ଏହି ବୟାନର ଅର୍ଥ କଣ?

ଆମେ ଏପରି ଖରାପ ନିର୍ବାଚନ କେବେ ଦେଖିନାହୁଁ, ମମତାଙ୍କ ଏହି ବୟାନର ଅର୍ଥ କଣ?

ନନ୍ଦୀଗ୍ରାମ : ପଶ୍ଚିମବଙ୍ଗରେ ୩୦ ଟି ଆସନ ପାଇଁ ଗତକାଲି ଭୋଟ ସରିଛି । ଏହି ସମୟରେ ମତଦାନ ଠାରୁ ଅଧିକ ହିଂସା ହେବାର ଚର୍ଚ୍ଚା ହେଉଛି । ସକାଳ ସମୟରୁ ନନ୍ଦୀଗ୍ରାମର ବିଭିନ୍ନ ସ୍ଥାନରେ ହିଂସା ହୋଇଛି । ବୋୟାଲ ୨ ଅଞ୍ଚଳରେ ମଧ୍ୟ ହିଂସା ଘଟିଛି । ଏଠାରେ ଟିଏମସି ଓ ବିଜେିପିର କାର୍ଯ୍ୟକର୍ତ୍ତା ମାନେ ନିଜ ନିଜ ଭିତରେ ମାରପିଟ ହୋଇଛନ୍ତି । ହିଂସାର ଖବର ପାଇବା ମାତ୍ରେ ମମତା ବାନାର୍ଜୀ ସେଠାରେ ପହଞ୍ଚିଥିଲେ । ବୋୟାଲ୨ ର ଥିବା ମତଦାନ କେନ୍ଦ୍ର ଠାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡଙ୍କ ସହ କଥା ମଧ୍ୟ ହୋଇ୍‌ଥିଲେ ।

ନନ୍ଦୀଗ୍ରାମର ବୋୟାଲ୨ରେ ମତଦାନ ବୁଥରେ ୨ ଘଣ୍ଟା ଯିବା ପରେ ମମତା ବାନାର୍ଜୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପାରା ମିଲିଟାରୀ ଫୋର୍ସ ବିଜେପିକୁ ସାହାଯ୍ୟ କରୁଛି । ଏହି ସମୟରେ ସେ କହିଥିଲେ ଯେ, ମୁଁ ଏହାଠାରୁ ଖରାପ ନିର୍ବାଚନ କେବେ ଦେଖି ନାହିଁ । ମତଦାନ ଦିନରେ ପ୍ରଧାନମନ୍ତ୍ରୀ କାହିଁକି ରାଲି କରନ୍ତି, ଏହି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନୁହେଁ କି? ମମତା କହିଛନ୍ତି, “ଆମେ ସେଶନଙ୍କ ସମୟ ଦେଖିଛୁ କିନ୍ତୁ ଏପରି ଖରାପ ନିର୍ବାଚନ କେବେ ଦେଖିନାହୁଁ । ନନ୍ଦୀଗ୍ରାମ ନୁହେଁ ଆମେ ଗଣତନ୍ତ୍ର ବିଷୟରେ ଚିନ୍ତା କରୁଛୁ।”

ନନ୍ଦୀଗ୍ରାମ ନିର୍ବାଚନମଣ୍ଡଳୀରେ ହିଂସା ଘଟଣାରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ନିନ୍ଦା କରିଛନ୍ତି । ଏହି ପ୍ରସଙ୍ଗରେ ସେ କୋର୍ଟକୁ ଯିବେ ବୋଲି ଧମକ ଦେଇଛନ୍ତି । ନନ୍ଦୀଗ୍ରାମର ବୋଇଲରେ ସାତ ନମ୍ବର ବୁଥ୍ ବାହାରେ ଏକ ହ୍ୱିଲ୍ ଚେୟାରରେ ବସି ମମତା କହିଛନ୍ତି ଯେ, ଆମେ ସକାଳୁ ୬୩ ଟି ଅଭିଯୋଗ ଦାଖଲ କରିଛୁ କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆମେ ଏହାକୁ ନେଇ କୋର୍ଟକୁ ଯିବୁ । ଏହା ଗ୍ରହଣୀୟ ନୁହେଁ । ସେ ଅଭିଯୋଗ କରିଛନ୍ତି ଯେ ଅମିତ ଶାହାଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଛି ।

ମମତା କହିଛନ୍ତି, “ଅନ୍ୟ ରାଜ୍ୟରୁ ଆସିଥିବା ଗୁଣ୍ଡାମାନେ ଏଠାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି।” ମମତା ତୃଣମୁଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ତାଙ୍କ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking