14.1 C
Bhubaneswar
Friday, January 10, 2025
Homeଓଡିଶା୩ ସପ୍ତାହର ଶିଶୁକନ୍ୟାକୁ ଛାଡ଼ି ବାପାମାଆ ଛୁ’

୩ ସପ୍ତାହର ଶିଶୁକନ୍ୟାକୁ ଛାଡ଼ି ବାପାମାଆ ଛୁ’

ଭୁବନେଶ୍ୱର: ିଅ ଛୁଆ ହେଲା ବୋଲି ଛାଡ଼ିଦେଲେ । ଶିଶୁକନ୍ୟାକୁ ମେଡିକାଲରେ ଛାଡ଼ି ବାପା ମାଆ ଫେରାର । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା । କ୍ୟାପିଟାଲ ହସ୍ପିଟାଲରେ ମାତ୍ର ତିନି ସପ୍ତାହର ଶିଶୁକନ୍ୟାକୁ ଛାଡ଼ି ବାପା ମାଆ ଛୁ ମାରିଛନ୍ତି । ନୟାଗଡ଼ରୁ ନବଜାତକୁ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ କ୍ୟାପିଟାଲ୍ ହସ୍ପିଟାଲକୁ ଅଣାଯାଇଥିଲା । ୪ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେବେଠୁ ସେମାନଙ୍କ କୌଣସି ପତ୍ତା ନାହିଁ । ହସ୍ପିଟାଲ ପକ୍ଷରୁ ଯୋଗାଯୋଗ କରିଥିଲେ ବି ଫୋନ୍ ବନ୍ଦ ରହିଛି । ଥାନାରେ ଏନେଇ ଏତଲା ଦିଆଯାଇଛି ।

ଏବେ ଶିଶୁକନ୍ୟାଟି ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍ (ଏସ୍‌ଏନ୍‌ସିୟୁ)ରେ ଚିକିତ୍ସାଧୀନ ଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ । କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ପ୍ରଶାନ୍ତ ନାୟକଙ୍କ ପତ୍ନୀ ମମତା ନୟାଗଡ଼ ମେଡ଼ିକାଲ୍‌ରେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ । ଛୁଆର ଓଜନ ୮୬୦ ଗ୍ରାମ୍ ଥିଲା । ତେଣୁ ଶିଶୁଟିକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ରୁ ୩ ଦିନ ଗତ ୧୮ ତାରିଖରେ ପ୍ରଶାନ୍ତ ଛୁଆକୁ ଧରି କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ ।

ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ଛୁଆକୁ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା । ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ଥିବାରୁ ନିୟମିତ ବ୍ୟବଧାନରେ ମେଡ଼ିସିନ୍ ଓ ବ୍ଲଡ୍ ଦିଆଯାଉଥିଲା । ହେଲେ ବାପା ଓ ମାଆଙ୍କ ଦେଖାନାହିଁ । ଛୁଅ ସମ୍ପର୍କରେ ସୂଚନା ଦେବା ପାଇଁ ମାଆ ମମତା ଓ ବାପା ପ୍ରଶାନ୍ତଙ୍କ ଫୋନ୍ କରାଯାଉଛି । ମାତ୍ର ସେମାନେ ଫୋନ୍ ଉଠାଉନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking