25.1 C
Bhubaneswar
Friday, November 22, 2024
Homeଓଡିଶାପିଇବା ପାଣି ଯୋଗାଣ ଦାବି, ହାଣ୍ଡିମାଠିଆ ଧରି ରାସ୍ତା ଅବରୋଧ କଲେ ମହିଳା

ପିଇବା ପାଣି ଯୋଗାଣ ଦାବି, ହାଣ୍ଡିମାଠିଆ ଧରି ରାସ୍ତା ଅବରୋଧ କଲେ ମହିଳା

ଗଞ୍ଜାମ : ଗାଁ’କୁ ମିଳୁନି ପିଇବା ପାଣି । ପିଇବା ପାଣି ଯୋଗାଣ ଦାବିରେ ଜଗନ୍ନାଥପ୍ରସାଦ ବ୍ଲକ୍ ଜିରାବାଡ଼ି ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଗ୍ରାମର ଶତାଧିକ ମହିଳା ରାଜ୍ୟ ରାଜପଥ ଅବରୋଧ କରି ପାନୀୟ ଜଳ ଯୋଗାଣ ଦାବି କରିଛନ୍ତି । ଜିରାବାଡ଼ି ଗ୍ରାମକୁ ନିୟମିତ ପିଇବା ପାଣି ଯୋଗାଣ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ଆବାସ ଯୋଜନାରେ ସବୁ ଗରିବ ପରିବାରକୁ ଗୃହ ଯୋଗାଣ ଦାବି କରି ୨୧ନମ୍ବର ରାଜ୍ୟ ରାଜପଥକୁ ଅଧଘଣ୍ଟା ଧରି ଅବରୋଧ କରିଥିଲେ । ଜିରାବାଡ଼ି ଠାରେ ହୋଇଥିବା ଅବରୋଧରେ ମୁଣ୍ଡିଆ ସହି ଲୋକେ ସାମିଲ ହୋଇଥିଲେ । ବର୍ଷବର୍ଷ ଧରି ମୁଣ୍ଡିଆ ସାହିକୁ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ ।

ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରତିକାର କରୁନଥିବାରୁ ସୋମବାର ଏହାର ଉଗ୍ରରୂପ ଦେଖିବାକୁ ମିଳିଥିଲା । ସାହିର ମହିଳାମାନେ ହାଣ୍ଡି ମାଠିଆ ଧରି ରାଜପଥ ଅବରୋଧ କରିଥିଲେ । ଫଳରେ ଦୀର୍ଘ ଅଧଘଣ୍ଟା ଧରି ଭଞ୍ଜନଗରରୁ ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ବହୁ ଯାନବାହାନ ଅଟକି ରହିଥିଲା । ଖବର ପାଇ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ମହିଳା ଏସ୍‌ଆଇ ଅମ୍ବିକା ବେଣିଆ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ସମସ୍ୟା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା । ପରେ ଗ୍ରାମ୍ୟ  ଜଳ ଯୋଗାଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନଙ୍କୁ ଡକାଇ ଲୋକଙ୍କ ଜଳ ସମସ୍ୟା ସମାଧାନ କରିବା ପାଇଁ ଥାନାଧିକାରୀ କହିଥିଲେ ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking