16.1 C
Bhubaneswar
Thursday, January 16, 2025
Homeଓଡିଶାବସୁଧା ଯୋଜନା ମାଧ୍ୟମରେ ଘରେ ଘରେ ପାଣି

ବସୁଧା ଯୋଜନା ମାଧ୍ୟମରେ ଘରେ ଘରେ ପାଣି

କନ୍ଧମାଳ: ଆସୁଛି ଗ୍ରୀଷ୍ମ ପ୍ରବାହ । ବିସୁଧା ଜଳ ଟିକକ ପାଇବା ପାଇଁ ସମସ୍ତଙ୍କ ଇଛା । ଆଗରୁ ଜଳ ଟିକକ ପାଇବା ପାଇଁ ଲୋକଙ୍କୁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା । ଏବେ କିନ୍ତୁ ମେଗା ପାନୀୟ ଜଳ ବ୍ୟବସ୍ଥା ହେବା ଦ୍ୱାରା ଜିଲା ବାସୀ ବେଶ ଖୁସି ଥିବା ଜଣା ପଡ଼ିଛି । ଆକାଶ ଚୁମ୍ବି ସୁଉଚ୍ଚ ପାଣି ଟାଙ୍କି ମାଧମରେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସ୍ୱପ୍ନ ସରକାରଙ୍କ ଧୀରେ ଧୀରେ ପୂରଣ ହେଉଛି । ଘରେ ଘରେ ପିଇବା ପାଣି ପହଞ୍ଚାଇବା ହେଉଛି ବସୁଧା ଯୋଜନା । ଓଭେର ହେଡ ଟାଙ୍କି ପ୍ରତେକ ଘରେ ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ । ଟାଙ୍କିରୁ ପାଣି ବାହାରି ସିଧା ଘର ମୁଂହକୁ । ଜିଲାର ତୁମୁଡିବନ୍ଧ, କୋଟଗଡ, ବାଲିଗୁଡା, ନୂଆଗାଁ ବ୍ଲକ ରେ ଲୋକେ ପାଉଛନ୍ତି ବିଶୁଦ୍ଧ ପାନୀୟ ଜଳ । ଯେଉଁଠାରେ ଭୂତଳ ଜଳ ସ୍ତର କମି ଜଳ କଷ୍ଟ ଲୋକନକୁ ଦେଉଥିଲା ସେଠି ଏବେ ସୋଲାର ମାଧ୍ୟମରେ ଜଳ ସୁବିଧା କରାଯାଇଛି ।

ଅଗମ୍ୟ ଅଞ୍ଚଳ କୁ ପାଇପ ଲାଇନ ବିଛା ଯାଇ ଲୋକଙ୍କୁ ପିଇବା ପାଣି ପହଞ୍ଚାଇଛି ସରକାର । ଆଦିବାସୀ ଅଞ୍ଚଳ ବେଲଘର, ଝିରିପାଣି, ଗୁମା, ବିଲାମାଲ ଭଳି ଅଞ୍ଚଳରେ ଏବେ ବିଶୁଦ୍ଧ ପାନୀୟ ଜଳ । ଯେଉଁଠି ଲୋକେ ପାଣି ଟିକକ ପାଇବା ପାଇଁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା ଏବେ କିନ୍ତୁ ହାତ ପାହାନ୍ତାରେ । କେଉଁଠି ବୋରିଙ୍ଗ ତ ଆଉ କେଉଁଠି ସୋଲାର । କେଉଁଠି କୂଅ ପାଣି ତ ଆଉ କେଉଁଠି ନଦୀ ପାଣି କୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧମରେ ବିଶୁଦ୍ଧ କରାଯାଇ ଉନ୍ନତ ମାନର ବିଶୁଦ୍ଧ ଜଳ ଲୋକଙ୍କୁ ପହଞ୍ଚାଇଛି ଜଳ ଓ ପରିମଳ ବିଭାଗ । ଏଥିପାଇଁ ବାଲିଗୁଡା ନିର୍ବାହୀ ଯନ୍ତ୍ରୀ ଅଜିତ ବେହେରା ଏବଂ ଫୁଲବାଣୀ ଅଧିକ୍ଷଣ ଅଧିକାରୀ ବିକାଶ ଚନ୍ଦ୍ର ଦାଶଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ ।

ଜିଲାରେ ମୋଟ ପାଞ୍ଚଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କାରୀ ହେଉଛି ଆଉ ଏଥିପାଇଁ ୧୭୦୦ କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବା ପାଇଁ ଲକ୍ଷ ରଖାଯାଇଛି । ସେଥିରେ ୧୨ ଟି ବ୍ଲକ ର ୧୭୧ ଗ୍ରାମ ପଞ୍ଚାୟତ କୁ କିଭଳି ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କାରୀ କରାଯାଇଛି । ମୁଖ୍ୟତଃ ୮୪୯ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା କାର୍ଯ୍ୟକାରୀ ହୋଇସାରିଛି । । ଏହାସହ ୯୦୦ ଛୋଟ ଛୋଟ ପଡାକୁ ମଧ୍ୟ ପାନୀୟ ଜଳ ସଂଯୋଗୀ ରଣ କରାଯାଇଛି । ଏହା ଦ୍ୱାରା ୧୩୬୪୦୯ ଜଣ ଲୋକ୨ ଉପକୃତ ହେବେ ।ଜିଲାରେ ମୋଟ ୧୮୦୦୦ ନଳକୂପ ରହିଛି । ଏବଂ ସମସ୍ତ ନଳକୂପ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking