24.5 C
Bhubaneswar
Thursday, January 16, 2025
Homeଓଡିଶାଯୁବଶକ୍ତି ସମାଜର ଜାଗ୍ରତ ପ୍ରହରୀ: ବିଶ୍ୱଭୂଷଣ

ଯୁବଶକ୍ତି ସମାଜର ଜାଗ୍ରତ ପ୍ରହରୀ: ବିଶ୍ୱଭୂଷଣ

ଭୁବନେଶ୍ୱର : ଛତିଶଗଡ଼଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଭୁବନେଶ୍ୱରସ୍ଥ ହୋଟେଲ୍ ଏକ୍ସଲେନ୍ସରେ ଆୟୋଜିତ ରାଜ୍ୟସ୍ତରୀୟ ଦେଶ ନିର୍ମାଣରେ ଯୁବକଙ୍କ ଭୂମିକା ଉପରେ ଯୁବ ଉତ୍ସବ ଓ ଗୀତାଞ୍ଜଳୀ ଏକ୍ସିଲେନ୍ସ – ୨୦୨୩ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଯୁବଶକ୍ତି ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ । ଏକ ସୁସ୍ଥ ଓ ସୁନ୍ଦର ଦେଶ ନିର୍ମାଣରେ ଯୁବକଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେମାନେ ଦେଶର ଭବିଷ୍ୟତ । ଯୁବଶକ୍ତି ଦେଶକୁ ଉଚିତ ମାର୍ଗରେ ନେଇ ପାରିବ । ଯୁବକମାନେ ଗାନ୍ଧୀ, ଗୋପବନ୍ଧୁ ଓ ମଧୁବାବୁଙ୍କ ପ୍ରେରଣାରେ ଅନୁପ୍ରାଣିତ ହୁଅନ୍ତୁ୍ ଓ ବଂଚିତ ଦଳିତମାନଙ୍କୁ ସେମାନଙ୍କର ଅଧିକାର ପାଇବାରେ ସହାୟକ ହୁଅନ୍ତୁ । ଜାତିକୁ ଉନ୍ନତରୁ ଉନ୍ନତତର କରିବାରେ ଯୋଗଦାନ ଦିଅନ୍ତୁ ।
ରାଜ୍ୟପାଳ ଶ୍ରୀ ହରିଚନ୍ଦନ ନିଶା ନିବାରଣ ଓ ସମାଜ ନିଶା ଠାରୁ ଦୁରେଇ ରହିବାକୁ ଆହ୍ୱାନ ଦେଇଥିଲେ ।

ନିଶା ଠାରୁ ଯୁବଶକ୍ତି ଦୁରେଇ ରହିବା ସହିତ ନିଶା ଯେପରି ସମାଜକୁ ପଙ୍ଗୁ କରିନେଦେଇ ସେଥିପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ରାଜ୍ୟପାଳ କହିଥିଲେ । କରୋନା ସମୟରେ ଯୁବକ ମାନେ ଜୀବନକୁ ବେଖାତରି କରି ଯେପରି ସାହାଯ୍ୟମୂଳକ କାର୍ଯ୍ୟ କରିଛନ୍ତି ତାହା ପ୍ରଂଶସନୀୟ । ସମଗ୍ର ବିଶ୍ୱର ଯୁବଶକ୍ତି ମାନଙ୍କ ଭିତରେ ଭାରତର ଯୁବଶକ୍ତି ସର୍ବାଧିକ । ଏହି ଯୁବକମାନେ ନିଜକୁ ପ୍ରତିପାଦିତ କରିପାରିଲେ ଦେଶ ବିଶ୍ୱରେ ସର୍ବଶ୍ରେଷ୍ଠ ହୋଇଯିବ ଏଥିରେ ସଂଦେହ ନାହିଁ । ଏଥିସହିତ ସେମାନେ ନେତାଜୀଙ୍କ ଦକ୍ଷ ଓ ସାହସି ହେବା ସହିତ ବିବେକାନନ୍ଦଙ୍କ ପରି ସଂସ୍କାରିକ ଓ ଉନ୍ନତ ହେବା ପାଇଁ ଉପସ୍ଥିତ ଯୁବକମାନଙ୍କୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ ଦ୍ୱାରା ୧୨ ଜଣ ଯୁବକ ସମ୍ମାନୀତ ହୋଇଥିଲେ । ଉକ୍ତ ସଭାରେ ରାଜ୍ୟପାଳଙ୍କ ସମେତ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ଅନୁଷ୍ଠାନର ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି, ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଦେବା ସହ ଶତାଧିକ ଯୁବକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking