36.1 C
Bhubaneswar
Sunday, May 19, 2024
Homeଖେଳସନ୍‌ରାଇଜର୍ସ ହାଇଦ୍ରାବାଦ ଛାଡ଼ିଲେ ୱାର୍ଣ୍ଣର୍‌

ସନ୍‌ରାଇଜର୍ସ ହାଇଦ୍ରାବାଦ ଛାଡ଼ିଲେ ୱାର୍ଣ୍ଣର୍‌

ସିଡ୍‌ନୀ: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଆଇପିଏଲ୍ ଟିମ୍ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଛାଡ଼ିଛନ୍ତି । ଏସ୍‌ଆର୍‌ଏଚ୍ ୱାର୍ଣ୍ଣର୍‌ଙ୍କ ଆଇପିଏଲ୍ ୨୦୨୧ରେ କ୍ୟାପ୍‌ଟେନ୍ ପଦରୁ ହଟାଇ ଦେଇଥିଲା । ଏହାପରେ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ କେତେକ ମ୍ୟାଚ୍‌ର ପ୍ଲେଇଙ୍ଗ୍ ଏକାଦଶରେ ସ୍ଥାନ ମିଳି ନଥିଲଶ । ୱାର୍ଣ୍ଣର୍ କହିଛନ୍ତି ଟିମ୍ ମୋତେ ଛାଡ଼ିଥିଲା, ଏବେ ମୁଁ ଅକ୍ସନ୍‌ରେ ଭାଗନେବି । ଉଲ୍ଲେଖଯୋଗ୍ୟ, ଆଇପିଏଲ୍‌ର ଆଗାମୀ ସିଚନ୍‌ରେ ୮ ସ୍ଥାନରେ ୧୦ଟି ଟିମ୍ ସାମିଲ ହେବେ । ଲକ୍ଷ୍ନୌ ଓ ଅହମ୍ମଦାବାଦ ୨ଟି ନୂଆ ଟିମ୍ ଲିଗ୍‌ରେ ଯୋଡ଼ି ହୋଇଛନ୍ତି । ୬୦ ସ୍ଥାନରେ ଏବେ ୭୪ ମ୍ୟାଚ୍ ଖେଳାଯିବ ।

ଏକ ରେଡିଓ ସହିତ କଥାବାର୍ତ୍ତା ବେଳେ ୱାର୍ଣ୍ଣର କହିଛନ୍ତି, ‘ଆଗାମୀ ସିଜନ୍ ପାଇଁ ମୁଁ ଅକ୍ସନ୍‌ରେ ଭାଗନେବି । ବର୍ତ୍ତମାନର ସଙ୍କେତରୁ ଜଣାଯାଉଛି, ହାଇଦ୍ରାବାଦ ଟିମ୍ ମୋତେ ରିଟେନ୍ କରିବ ନାହିଁ । ଏଥିପାଇଁ ମୁଁ ନୂଆ ଭାବେ ଆରମ୍ଭ କରିବାକୁ ଆଶା ରଖିଛି ।’ ୱାର୍ଣ୍ଣର୍‌ଙ୍କ ନେତୃତ୍ୱରେ ହାଇଦ୍ରାବାଦ ୨୦୧୬ରେ ଟାଇଟଲ୍ ଜିତିଥିଲା । ସେ ୮ଟି ସିଜନ୍ ଟିମ୍ ସହିତ ରହିଥିଲେ । ସେହିପରି ସେ ଏହି ଟି-୨୦ ଲିଗ୍‌ରେ ସର୍ବାଧିକ ରନ୍ କରିଥିବା ବିଦେଶୀ ଖେଳାଳି ମଧ୍ୟ । ଆଇପିଏଲ୍ ୨୦୨୧ର ଦ୍ୱିତୀୟ ଚରଣ ୟୁଏଇରେ ଖେଳାଯାଇଥିଲା । ମାତ୍ର ଏହି ଚରଣରେ ୱାର୍ଣ୍ଣ ମାତ୍ର ୨ଟି ମ୍ୟାଚ୍ ଖେଳିଥିଲେ ଏବଂ ୬ ମ୍ୟାଚ୍‌ରୁ ବାହାରେ ରହିଥିଲେ । ଏହା ଉପରେ ସେ କହିଛନ୍ତି, ମୋୋତ କାହିଁକି ବାହାର କରାଗଲା ମୁଁ ବୁଝିପାରୁ ନାହିଁ । ଏହା ମୋ ପାଇଁ କଷ୍ଟକର ଦିନ ଥିଲଶ । ଅବଶ୍ୟ ୱାର୍ଣ୍ଣ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଭଲ ଆରମ୍ଭ କରିପାରି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking