ନୋଏଡା : ଉତ୍ତର ପ୍ରଦେଶର ନୋଏଡ଼ାରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ସେକ୍ଟର-୨୧ ଜୟବାୟୁ ବିହାରେ ଏକ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ଗୋଟିଏ ପରିବାରର ତିନିଜଣଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଭଗ୍ନାବଶେଷ ତଳ ଦବି ରହିଥିବା ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ମୃତକ ଉତ୍ତର ପ୍ରଦେଶ ବଦାୟୁଁ ଜିଲ୍ଲାର ବୋଲି ଜଣାପଡ଼ିଛି । ଦୁର୍ଘଟଣା ମଙ୍ଗଳବାର ସକାଳ ପ୍ରାୟ ୧୦ଟା ବେଳେ ଘଟିଥିଲା । ଶ୍ରମିକଙ୍କ ଏକ ଟିକ୍ ନଳା ସଫା କରୁଥିବା ବେଳେ ଅନାଚକ ପାଚେରି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ସୂଚନା ପାଇଁ ପୁଲିସ ଓ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ସୂଚନା ଅନୁସାରେ ସୋସାଇଟିର ପାଚେରିଟି ବହୁ ପୁରୁଣା ହୋଇଯାଇଥିଲା ଏବଂ ଶ୍ରମିକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଡିଏମ୍ ସୁହାସ ଦଲୱାଇଙ୍କ ଅନୁସାରେ ନାଳ ସଫା ପାଇଁ ନୋଏଡା ଅଥରିଟି ଠିକା ଦେଇଥିଲା । ସଫେଇ ବେଳେ ପାଚେରିରୁ ଇଟା କାଢ଼ିନେବା ଫଳରେ ଏହି ଦୁର୍ଘଟଣା ଘଟିଛି । ମାମଲାର ବିସ୍ତୃତ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ନୋଏଡା ଅଥରିଟି ସିଇଓ ଋତୁ ମାହେଶ୍ୱରୀ କହିଛନ୍ତି, ଭଗ୍ନାବଶେଷ ତଳୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା କାହିଁକି ଘଟିଲା ତାର ତଦନ୍ତ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ଘଟିଥିବା ପ୍ରାଣହାନୀକୁ ନେଇ ଦୁଃଖପ୍ରକାଶ କରିବା ସହ ଆହତମାନଙ୍କ ସମୁଚିତ ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।