27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଚଣ୍ଡିଗଡ଼ ପରେ ବମ୍ବେ ଆଇଆଇଟିରେ ଏମ୍‌ଏମ୍‌ଏସ୍ କାଣ୍ଡ: ଅଭିଯୁକ୍ତ କ୍ୟାଣ୍ଟିନ୍ କର୍ମଚାରୀ ଗିରଫ

ଚଣ୍ଡିଗଡ଼ ପରେ ବମ୍ବେ ଆଇଆଇଟିରେ ଏମ୍‌ଏମ୍‌ଏସ୍ କାଣ୍ଡ: ଅଭିଯୁକ୍ତ କ୍ୟାଣ୍ଟିନ୍ କର୍ମଚାରୀ ଗିରଫ

ମୁମ୍ବାଇ: ଚଣ୍ଡିଗଡ଼ ୟୁନିଭର୍ସିଟି ପରେ ଏବେ ବମ୍ବେ ଆଇଆଇଟିରେ ଛାତ୍ରୀଙ୍କ ଅଶ୍ମୀଳ ଭିଡିଓ ପ୍ରସ୍ତୁତ ମାମଲା ସାମ୍ନାକୁ ଆସିଛି । ଏ ନେଇ ମୁମ୍ବାଇ ଆଇଆଟିର ଜଣେ ଛାତ୍ରୀ ପବଇ ଥାନାରେ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, କ୍ୟାଣ୍ଟିନ୍‌ର ଜଣେ କର୍ମଚାରୀ ରବିବାର ରାତିରେ ହଷ୍ଟେଲ୍ ନଂ-୧୦ର ବାଥ୍‌ରୁମ୍ ଝରକା ଦେଇ ତାଙ୍କର ଏକ ଭିଡିଓ ରେକର୍ଡ କରିଛି । ପୁଲିସ ଏଫ୍‌ଆଇଆର୍ ରୁଜୁ କରିବା ପରେ ୨୨ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଅଭିଯୁକ୍ତର ମୋବାଇଲ୍‌ରୁ ବର୍ତ୍ତମାନ ସୁଦ୍ଧା କୌଣସି ଭିଡିଓ ମିଳିନାହିଁ । ତାକୁ ବୁଧବାର କୋର୍ଟରେ ହାଜର କରାଯିବ । ଆଇଆଇଟି ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଅଭିଯୁକ୍ତ ଯେଉଁ ପାଇପ୍ ଦେଇ ବାଥ୍‌ରୁମ୍‌ରେ ପହଞ୍ଚିଥିଲା, ସେହି ପାଇପ୍‌କୁ ବନ୍ଦ କରିଦିଆଯାଇଛି । ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ । ଆଇଆଇଟି ବମ୍ବେ ନିଜ ଛାତ୍ରଙ୍କ ସହିତ ରହିଛି ।
ଆଇଆଇଟି ବମ୍ବେର ଡିନ୍ ପ୍ରଫେସର ତପନେନ୍ଦୁ କୁଣ୍ଡୁ କହିଛନ୍ତି, ବାହାର ଅଞ୍ଚଳରୁ ବାଥ୍‌ରୁମ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ସିଲ୍ କରିଦିଆଯାଇଛି । ହଷ୍ଟେଲ୍ ୱିଙ୍ଗ୍ ହଷ୍ଟେଲ୍ ନଂ.-୧୦ର ସର୍ଭେ କରିବା ପରେ ଜରୁରୀ ସ୍ଥାନରେ ସିସିଟିଭି କ୍ୟାମେରା ଏବଂ ଲାଇଟ୍ ଲଗାଯାଇଛି । ସେହିପରି ପୁରୁଷ ଷ୍ଟାଫ୍‌ଙ୍କ ଦ୍ୱାରା ପରିଚାଳିତ ହଷ୍ଟେଲ୍ କ୍ୟାଣ୍ଟିନ୍‌କୁ ବନ୍ଦ କରିଦିଆଯାଇଛି । ମହିଳା ଷ୍ଟାଫ୍ ଆସିବା ପରେ ଏହା ପୁଣିଥରେ ଖୋଲାଯିବ ବୋଲି ବମ୍ବେ ଆଇଆଇଟି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking