28.1 C
Bhubaneswar
Saturday, June 14, 2025
Homeଖେଳପିସିବି ଚୟନ କମିଟିରୁ ୱହାବ୍‌-ରଜାକ୍ ବହିଷ୍କୃତ

ପିସିବି ଚୟନ କମିଟିରୁ ୱହାବ୍‌-ରଜାକ୍ ବହିଷ୍କୃତ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୱହାବ୍ ରିୟାଜ୍ ଏବଂ ଅବ୍‌ଦୁଲ୍ ରଜାକ୍‌ଙ୍କୁ ଚୟନ କମିଟିରୁ ହଟାଇ ଦେଇଛି । ଅବଶ୍ୟ ଏହାର ଆଧିକାରିକ ଘୋଷଣା ଏବେ ହୋଇନାହିଁ । ମାତ୍ର କ୍ରିକ୍ ଇନ୍‌ଫୋ ଦାବି କରିଛି ଯେ ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ୱହାବ୍ ରିୟାଜ୍ ଏବଂ ଅବ୍‌ଦୁଲ୍ ରଜାକ୍‌ଙ୍କୁ ବରଖାସ୍ତ କରାଯାଇଛି । ରଜାକ୍ କିଛି ସପ୍ତାହ ପୂର୍ବେ ପାକିସ୍ତାନ ପୁରୁଷ ଓ ମହିଳା ଟିମ୍‌ର ଚୟନ କମିଟିରେ ନିଯୁକ୍ତ ହୋଇଥିଲେ । ଏବେ ସେ ମହିଳା ଟିମ୍ ପାଇଁ ମଧ୍ୟ ଚୟନକର୍ତ୍ତା ଭାବେ କାମ କରିପାରିବେ ନାହଁ । ରଜାକ୍ ପିସିବି ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀଙ୍କ ନିକଟତମ ବ୍ୟକ୍ତି ଭାବେ ଜଣାଶୁଣା । ନକ୍‌ଭୀ ଯେତେବେଳେ ପଞ୍ଜାବର କାମଚଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ରଜାକ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀ ନିଯୁକ୍ତ କରିଥିଲେ । ସେହିପରି ୱହାବ୍ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଆୟୋଜିତ ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମ୍‌ର ମ୍ୟାନେଜର ଭାବେ ଟିମ୍ ସହ ଯାତ୍ରା କରିଥିଲେ ।
ପିସିବି ୪ ମାସ ତଳେ ଗଠନ କରିଥିବା ସାତଜଣିଆ ଚୟନ କମିଟିରେ ୱହାବ୍ ରିୟାଜ୍ ଏବଂ ଅବଦୁଲ୍ ରଜାକ୍‌ଙ୍କୁ ସାମିଲ୍ କରାଯାଇଥିଲା । କମିଟିରେ ମୁଖ୍ୟ ଚୟନକର୍ତ୍ତା ପଦ ହଟାଇ ଦିଆଯାଇ ସମସ୍ତ ସଭ୍ୟଙ୍କୁ ସମାନ ଭୋଟ୍‌ଦାନ ଅଧିକାର ମିଳିଥିଲା । ଏହି କମିଟି ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଚୟନ କରିଥିଲା । ୱହାବ ଓ ରଜାକ୍‌ଙ୍କ ବ୍ୟତୀତ କମିଟିରେ ମୁଖ୍ୟ କୋଚ୍ ଓ କ୍ୟାପ୍‌ଟେନ୍‌ଙ୍କ ସମେତ ମହମ୍ମଦ ୟୁସୁଫ୍‌, ଅସଦ ଶଫିକ୍ ଏବଂ ଡାଟା ବିଶ୍ଳେଷକ ବିଲାଲ ଅଫ୍‌ଜଲ୍ ସଦସ୍ୟ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking