27.1 C
Bhubaneswar
Monday, March 17, 2025
Homeଓଡିଶାମହିଳାଙ୍କୁ ରୋଜଗାରକ୍ଷମ କରିବାର ସୁଯୋଗ ଦେଉଛି ଟିପିଏନଓଡ଼ିଏଲର ଧନ୍ଦାମୂଳକ ତାଲିମ କେନ୍ଦ୍ର,ବିଭିନ କ୍ଷେତ୍ର ପାଇଁ ମିଳୁଛି...

ମହିଳାଙ୍କୁ ରୋଜଗାରକ୍ଷମ କରିବାର ସୁଯୋଗ ଦେଉଛି ଟିପିଏନଓଡ଼ିଏଲର ଧନ୍ଦାମୂଳକ ତାଲିମ କେନ୍ଦ୍ର,ବିଭିନ କ୍ଷେତ୍ର ପାଇଁ ମିଳୁଛି ଟ୍ରେନିଂ

ବାଲେଶ୍ଵର: କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନର ଏକ ଅଂଶ ସ୍ୱରୂପ ଟାଟା ପାୱାର ଓ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡ଼ିଏଲ) ବର୍ତ୍ତମାନ ସୁଦ୍ଧା ୨ଟି ସ୍ଥାନ ଯଥା ବାଲେଶ୍ଵର ଏବଂ ରାଇରଙ୍ଗପୁରଠାରେ ଏହାର ଧନ୍ଦାମୂଳକ ତାଲିମ କେନ୍ଦ୍ର ଜାରି ରଖିଛି । ଏହି ଧନ୍ଦାମୂଳକ ତାଲିମ ହେଉଛି କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ଶିକ୍ଷା ଓ ଦକ୍ଷତାର ବିକାଶ ଜରିଆରେ ଉପେକ୍ଷିତ ବର୍ଗର ପିଲା ମାନଙ୍କୁ ସଶକ୍ତ କରିବା । ବାଲେଶ୍ଵର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ସିଲାଇ ଏବଂ ଏମ୍ବ୍ରୋଡୋରୀ , କମ୍ପ୍ୟୁଟର , ସହକାରୀ ସୋନ୍ଦର୍ଯ୍ୟ ଚିକିତ୍ସା , କଥିତ ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶ , ଟିସିଏସ ସହିତ ମିଳିତ ଭାବରେ ନିଯୁକ୍ତି ପାଠ୍ୟକ୍ରମ ବିଷୟରେ ତାଲିମ ଦିଆଯାଉଥିବାବେଳେ ରାଇରଙ୍ଗପୁର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ସିଲାଇ ଏବଂ ଏମ୍ବ୍ରୋଡୋରୀ, କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି । ଟିପିଏନଓଡ଼ିଏଲ ପକ୍ଷରୁ ଏଇ ପ୍ରୟାସଟି ୧୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ଉପେକ୍ଷିତ ବର୍ଗର ମହିଳାମାନଙ୍କ ପାଇଁ ଜାରି ରହିଛି ।
ଏହାର ସମୟ ଅବଧି ୬ ମାସ ହୋଇଥିଲାବେଳେ ଟିସିଏସ ସହଯୋଗରେ ଦିଆଯାଉଥିବା କମ୍ପ୍ୟୁଟରର ଶିକ୍ଷା ତାଲିମର ୨୧ ଦିନିଆ ପାଠ୍ୟକ୍ରମ ପାଇଁ ସ୍ନାତକରେ ବିଗତ ଦୁଇବର୍ଷ ମଧ୍ୟରେ ସ୍ନାତକ ପାସ କରିଥିବା ଦରକାର । ବାଲେଶ୍ଵରସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ପ୍ରଥମ ବ୍ୟାଚରେ ୨୭୩ ଜଣ ମହିଳା ଏବଂ ଦ୍ଵିତୀୟ ବ୍ୟାଚରେ ୨୬୩ ଜଣ ମହିଳା ତାଲିମପ୍ରାପ୍ତ ହୋଇଥିବାବେଳେ ଏବଂ ରାଇରଙ୍ଗପୁର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ୧୬୦ ଜଣ ମହିଳା ଯୋଗ ଦେଇ ତାଲିମପ୍ରାପ୍ତ ହୋଇଛନ୍ତି । ପେଷାଦାର କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରତିବନ୍ଧକ ଅତିକ୍ରମ କରିବାରେ ଉପେକ୍ଷିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଲଘୁଦକ୍ଷତା ଏବଂ ନିଯୁକ୍ତି ଲାଗି ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବାକୁ ଏହି କାର୍ଯ୍ୟକ୍ରମ ଦ୍ଵାରା ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking