ଭୁବନେଶ୍ୱର : ସୁରକ୍ଷିତ ହେବ ଯାତ୍ରା। ବସ୍ ହେଉକି ଭଡା କାର୍ ସୁରକ୍ଷିତ ଯାଇପାରିବେ ଯାତ୍ରୀ । ଯଦି କୌଣସି ସମସ୍ୟା ହୁଏ ତେବେ ଗାଡିରେ ଲାଗିଥିବା ପାନିକ ବଟମ ଦବାଇଲେ ଶୀଘ୍ର ପହଂଚିବ ସହାୟତା। ଗାଡି କେଉଁଠି ଅଛି ? କେତେ ବେଗରେ ଚାଲୁଛି ? କେଉଁ ରୁଟରେ ଗଲା ? ଗାଡିରେ ଥିବା ଯାତ୍ରୀ ସମସ୍ୟାରେ ପଡିଛନ୍ତି କି ? ଏ ସବୁ ଖବର ପରିବହନ ବିଭାଗ ପାଖରେ ରହିବ । ଏଥିପାଇଁ ସବୁ ବାଣିଜ୍ୟିକ ଯାନରେ ଭିଏଲଟିଡି ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏ ନେଇ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ନୂତନ ଆରଟିଓ -୨ କାର୍ଯ୍ୟାଳୟରେ ଭିଏଲଟିଡି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଉଦଘାଟିତ ହୋଇଛି । କୌଣସି ସମସ୍ୟା ହେଲେ ଗାଡିରେ ଲାଗିଥିବା ପାନିକ ବଟମ ଦବାଇବେ। ପରେ ଶୀଘ୍ର ପହଂଚିବ ସହାୟତା । ଜାନୁଆରୀ ମାସରୁ ନୂଆ ଗାଡିରେ ଲାଗିବ ଏହି ଭିଏଲଟିଡି ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ। ଗାଡିରେ ଭିଏଲଟିଡି ଲଗାଇବା ପାଇଁ ସରକାର ବାଧ୍ୟତାମୂଳକ କରିଛନ୍ତି । ଜୁନ ୧ ତାରିଖ ସୁଦ୍ଧା ପୁରୁଣା ଗାଡିରେ ଲାଗିବ ଭିଏଲଟିଡି। କମର୍ସିଆଲ ଭେଇକିଲରେ ଯାତ୍ରୀ ବିନା ଭୟରେ ଯାଇପାରିବେ । ମହିଳା ଯାତ୍ରୀଙ୍କ ସୁରକ୍ଷା, ଉନ୍ନତ ସଡକ ସୁରକ୍ଷା ଓ କାର୍ଯ୍ୟନିର୍ବାହୀ ସେବା ପାଇଁ ସାଧାରଣ ପରିବହନ ଯାନ ଉପରେ ନିରନ୍ତର ନଜର ରଖିବା ପାଇଁ ଭିଏଲଟିଡି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଅଟୋ ରିକ୍ସା ଏବଂ ଇ-ରିକ୍ସା ବ୍ୟତୀତ ସରକାରୀ ଓ ବେସରକାରୀ ବସ୍, ସ୍କୁଲ, କଲେଜ ବସ୍ ଏବଂ କ୍ୟାବ / ଟ୍ୟାକ୍ସି ସମେତ ସମସ୍ତ ଯାତ୍ରୀ ପରିବହନ ଯାନରେ ମହିଳା -ଶିଶୁଙ୍କ ସୁରକ୍ଷା ପାଇଁ ଭିଏଲଟିଡି ପାନିକ୍ ବଟନ୍ ରହିବ। ଖୁବଶୀଘ୍ର ଏହି ସେବା ରାଜ୍ୟର କୋଣ ଅନୁକୋଣ ରେ ପହଂଚିବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ତେବେ ଏହି ଭିଏଲଟିଡି କଣ ଯଦି ଅଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଶୁଣନ୍ତୁ। ଭିଏଲଟିଡି ଅର୍ଥାତ୍ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ଏଥର ସମସ୍ତ କମର୍ସିଆଲ ଭେଇକିଲରେ ଲାଗିବ । ଗାଡିର ସମସ୍ତ ଯାତ୍ରୀ ବିଶେଷ କରି ମହିଳା ଯାତ୍ରୀଙ୍କ ନିକଟରେ ଲାଗିବ ପାନିକ ବଟମ। ଗାଡିରେ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କଲେ କିମ୍ବା କୌଣସି ଯାତ୍ରୀ ସମସ୍ୟାରେ ସମ୍ମୁଖୀନ ହେଲେ, ଗାଡି ଦୁର୍ଘଟଣା ର ଶିକାର ହେଲେ କିମ୍ବା ଦ୍ରୁତ ଗତି ରେ ଗାଡି ଚଳାଇଲେ ପାନିକ ବଟମ ଦବାଇ ଯାତ୍ରୀ ମାନେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କୁ ସୂଚନା ଦେଇପାରିବେ । ଏହାପରେ ସେଣ୍ଟ ରରୁ ERSS (ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ କୁ ଅବଗତ କରାଯିବ)ସଙ୍ଗେ ସଂଗେ ନିକଟସ୍ଥ ଥାନା, ଡାକ୍ତର ଖାନା,ଟ୍ରମା କେୟାର ସେଣ୍ଟର କୁ ସୂଚନା ଦିଆଯିବ। ଏହା ମାଧ୍ୟମରେ ଯାତ୍ରୀ ମାନଙ୍କୁ ଖୁବଶୀଘ୍ର ସେବା ଯୋଗାଇ ଦିଆଯିବ। ଯାହା ଅତି ଉପକାରୀ ।