30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ, ସାରା ଦେଶରେ ୧୪୪ ଧାରା ଲାଗୁ

ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ, ସାରା ଦେଶରେ ୧୪୪ ଧାରା ଲାଗୁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଅନେକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଛି । ପିଟିଆର କର୍ମକର୍ତ୍ତା ମାନେ ଦେଶରେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ପୋଲିସ ବିକ୍ଷୋଭକାରୀଙ୍କୁ ଚେତାବନୀ ଦେଇଛି ଯେ ଯଦି ନିୟମ ଉଲ୍ଲଂଘନ କରାଯାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ସେନା ବିରୋଧରେ ମଧ୍ୟ ପିଟିଆଇ ସମର୍ଥକମାନେ ନାରାବାଜୀ କରିଛନ୍ତି । ଲାହୋରର ଛାବନୀ କ୍ଷେତ୍ରରେ ଜଣେ ସୈନ୍ୟ ଅଧିକାରୀଙ୍କ ଘରେ ପିଟିଆଇ ସମର୍ଥକମାନେ ଅନୁପ୍ରବେଶ କରିଥିବାର ଖବର ରହିଛି ।

ସେହିପରି ସେନାର କୋର କମାଣ୍ଡରଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି ପିଟିଆଇ ସମର୍ଥକ । ସୂଚନାଥାଉକି, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାରାମିଲିଟାରୀ ଫୋର୍ସ ଗିରଫ କରିଛି । ମାମଲାର ଶୁଣାଣି ବେଳେ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରିଛି ପାକିସ୍ତାନ ରେଞ୍ଜର୍ସ। ଦୁଇଟି ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିବା ବେଳେ ଓକିଲଙ୍କ ଚ୍ୟାମ୍ବର ଭାଙ୍ଗି ପଶିଥିଲେ ପାକିସ୍ତାନୀ ରେଞ୍ଜର୍ସ । ସେଠାରୁ ଜୋରଜବରଦସ୍ତ ଇମ୍ରାନଙ୍କୁ ଗିରଫ କରିବା ସହ ମାରପିଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ରେଞ୍ଜର୍ସଙ୍କ ମାରପିଟରେ ଇମ୍ରାନଙ୍କ ଓକିଲ ଗୁରୁତର ହୋଇଛନ୍ତି । ରେଞ୍ଜର୍ସ ମାନେ ଇମ୍ରାନଙ୍କୁ ଗିରଫ କରି ଅଜଣା ଯାଗାକୁ ନେଇ ଯାଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking