28.1 C
Bhubaneswar
Wednesday, May 7, 2025
Homeଦେଶ ବିଦେଶମଣିପୁରରେ ପୁଣି ହିଂସା, ୩ ମୃତ

ମଣିପୁରରେ ପୁଣି ହିଂସା, ୩ ମୃତ

ନୂଆଦିଲ୍ଲୀ : ଥମୁନି ମଣିପୁର ହିଂସା। ନିୟମିତ ଅନ୍ତରରେ ରାଜ୍ୟରେ ହିଂସାକାଣ୍ଡ ଘଟି ଧନ, ଜୀବନ ହାନି ଘଟୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପଦକ୍ଷେପ ବିଫଳ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ପୁଣି ହିଂସାକାଣ୍ଡ ଘଟି ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୬୭ବର୍ଷର ବୃଦ୍ଧା ଅଛନ୍ତି। ପଶ୍ଚିମ ଇମ୍ଫାଲ ଜିଲାର କାଙ୍ଗକପୋକପି ଅଞ୍ଚଳରେ ହିଂସାକାରୀମାନେ ସେନା ଓ ପୁଲିସ ପୋଷାକରେ ଆସି ଆକ୍ରମଣ କରିଛନ୍ତି। ସ୍ବଦେଶୀ ଆଦିବାସୀ ଫୋରମ ନେତା (ଆଇଟିଏଲ୍‌ଏଫ୍‌) ଦାବି କହିଛନ୍ତି ଯେ ମୈତେଇ ସମ୍ପ୍ରଦାୟର ଲୋକ ସେନା ଓ ପୁଲିସ ପୋଷାକରେ ଆସି କୁକି ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ମଣିପୁର ହିଂସାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ଡିଆଇଜି ପାହ୍ୟାର ଜଣେ ଅଧିକାରୀ ଏହି ଏସ୍‌ଆଇଟିର ନେତୃତ୍ବ ନେବେ। ଏହି ଦଳରେ ୧୦ଜଣ ଅଧିକାରୀ ରହିଛନ୍ତି। ଏ ନେଇ ଶୁକ୍ରବାର ସିବିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ହିଂସାର ତଦନ୍ତ ନିମନ୍ତେ ସିବିଆଇ ତରଫରୁ ୬ଟି ମାମଲା ରୁଜୁ କରାଯାଇଛି। ହିଂସାକୁ ନେଇ ରାଜ୍ୟରେ ମୋଟ ୩୭୩୪ଟି ମାମଲା ରୁଜୁ ହୋଇଥିବାବେଳେ ସେଥି ମଧ୍ୟରୁ ୬ଟି ମାମଲା ଉପରେ ସିବିଆଇ ତଦନ୍ତ କରିବ।

ଯେଉଁସବୁ ମାମଲା ଉପରେ ତଦନ୍ତ କରାଯିବ ତାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। ମଣିପୁର ହିଂସାର ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିଥିଲେ। ରାଜ୍ୟର ସୁପାରିସ ଆଧାରରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି। ମେ ୩ରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି। ୩୭,୪୫୦ ଲୋକ ଏବେ ୨୭୦ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking