26.1 C
Bhubaneswar
Thursday, September 19, 2024
Homeଓଡିଶାଭୁବନେଶ୍ୱରରେ ଭିଣ୍ଟେଜ୍ କାର ମେଳା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ଭିଣ୍ଟେଜ୍ କାର ମେଳା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଭିଣ୍ଟେଜ କାର୍ ମେଳାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ଏହି ପ୍ରଥମ ଧରଣର ଭିଣ୍ଟେଜ ଓ କ୍ଳାସିକ କାର ପ୍ରଦାର୍ଶନୀ ଆୟୋଜିତ ହୋଇଛି ।

ପ୍ରଦର୍ଶନୀରେ ଭାରତର ପ୍ରାୟ ୭ ଟି ରାଜ୍ୟରୁ ୫୨ରୁ ଅଧିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଓ ସରଂକ୍ଷିତ କାରକୁ ପ୍ରଦର୍ଶିତ କରାଯାଇଛି । ଏଠାରେ ପ୍ରଦର୍ଶିତ କାର ମଧ୍ୟରେ ବେଞ୍ଚ ମୋଟର ୱାଗନାର ୧୮୮୬ ପ୍ରତିକୃତି ସମେତ ୧୯୩୪ର ରୋଲସ ରଏସ,୧୯୨୯ର ବ୍ଲୁରାତି ଟିଏସଏସ ଗ୍ରାଣ୍ଡ ପିକ୍ସ, ୧୯୩୨ର ଫର୍ଚ୍ଚ ଭି ସମେତ ସ୍ୱାଧୀନତା ପୂର୍ବର ବହୁ କାର ପ୍ରଦର୍ଶିତ ହୋଇଛି । କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାଶ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking