37.1 C
Bhubaneswar
Friday, May 17, 2024
Homeଓଡିଶାପାନୀୟଜଳ ସମସ୍ୟା : ବିଡିଓଙ୍କୁ କବାଟଦେଇ ଗ୍ରାମବାସୀଙ୍କ ଧାରଣା

ପାନୀୟଜଳ ସମସ୍ୟା : ବିଡିଓଙ୍କୁ କବାଟଦେଇ ଗ୍ରାମବାସୀଙ୍କ ଧାରଣା

ସାକ୍ଷୀଗୋପାଳ : ପୁରୀ ସହରକୁ ସରକାର ବିଶ୍ୱସ୍ତରୀୟ ପାନୀୟଜଳ ଯୋଗାଣର ଶୁଭାରମ୍ଭ କରିଥିବାବେଳେ ତା’ର ଖୁବ୍ ନିକଟରେ ଥିବା ସତ୍ୟବାଦୀ ବ୍ଲକ୍‌ରେ ପାନୀୟଜଳକୁ ନେଇ ଦେଖାଦେଇଛି ଅଭାବନୀୟ ସ୍ଥିତି । ଏହି ବ୍ଲକ୍ ଅନ୍ତର୍ଗତ ଦୁଗଲ ଗ୍ରାମପଞ୍ଚାୟତର ବୁଢ଼ୀମରା ଗ୍ରାମକୁ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଗ୍ରାମର ଶତାଧିକ ପୁରୁଷ ମହିଳା ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ବନ୍ଦ କରି ଧାରଣା ଦେଇଛନ୍ତି । ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ବିଡିଓଙ୍କୁ ଉଦ୍ଧାର କରିଥିଲେ । ସୂଚନା ଅନୁଯାୟୀ, ରାଜ୍ୟ ସରକାର ବୀରଗୋବିନ୍ଦପୁର ଗ୍ରାମପଞ୍ଚାୟତକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ପଞ୍ଚୁକେରା ଗ୍ରାମ ମୁଣ୍ଡରେ ଏକ ପାଣି ଟାଙ୍କି କରିଛନ୍ତି । ଏହି ଟାଙ୍କିରୁ ବୀରଗୋବିନ୍ଦପୁର ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାନୀୟଜଳ ଯୋଗାଣ କରାଯାଇଛି । ମାତ୍ର ବୁଢ଼ୀମରା ଗ୍ରାମକୁ ଦୁଇ ବା ତିନି ଦିନରେ ଥରେ ଅଳ୍ପ ପରିମାଣରେ ପାଣି ଆସୁଛି । ଫଳରେ ପିଇବା ପାଣି ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ସରପଞ୍ଚଙ୍କୁ ଜଣାଇବା ସହିତ ବିଡିଓ ଓ ଜିଲ୍ଲାପାଳଙ୍କୁ ଗ୍ରାମାବସୀ ଜଣାଇଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଆଜି ଏଭଳି ପଦକ୍ଷେପ ନେଇଥିଲେ । ପାନୀୟଜଳ ନ ଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଗଡ଼ିଆ, ଯୋର ଆଦିର ପାଣି ବ୍ୟବହାର କରୁଛନ୍ତି । ଯାହାକି ବିଭିନ୍ନ ରୋଗ ସୃଷ୍ଟି କରୁଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମର ଦୁର୍ଯ୍ୟୋଧନ ସ୍ୱାଇଁ, କୈଳାସ ଭୋଇ, ଅପର୍ତ୍ତି ପ୍ରଧାନ, ଜନାର୍ଦ୍ଧନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଭୋଇ, ଗଣ୍ଠ ଭୋଇ, ସଦାଶିବ ପ୍ରଧାନଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା । ଧାରଣା ପରେ ବିଡିଓ କ୍ଷୀରୋଦ କୁମାର ବେହେରା, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ଆଇଆଇସି ଶ୍ରୀ ପାତ୍ରଙ୍କ ଉପସ୍ଥିତିରେ ଆଲେଚନା କରାଯାଇଥିଲା । ପାଣି ଚୋରିକୁ ତୁରନ୍ତ ରୋକାଯିବା ସହ ବୁଢ଼ୀମରା ଗ୍ରାମକୁ ନିରବଚ୍ଛିନ୍ନ ପାନୀୟଜଳ ଯୋଗାଣ କରାଯିବ ବୋଲି ନିଷ୍ପତ୍ତି ହେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଦୁଆର ବନ୍ଦ କରିଦେବା ଘଟଣାରେ ପ୍ରତିକ୍ରିୟା ରଖି ବିଡିଓ କହିଛନ୍ତି ଯେ ଯେଉଁ କାମ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ, ସେଠି ଏଭଳି ପଦକ୍ଷେପ ନେବା ଠିକ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking