34.1 C
Bhubaneswar
Friday, March 29, 2024
Homeଓଡିଶାପାଣିରେ ପଶି କଲେ ଶବ ସତ୍କାର

ପାଣିରେ ପଶି କଲେ ଶବ ସତ୍କାର

ଧର୍ମଗଡ଼ : ଦୀର୍ଘ ଦିନ ଧରି ବ୍ରିଜ ଦାବି ନହେବାରୁ ଲୋକେ ଭୋଗିଛନ୍ତି ନାହିଁ ନଥିବା ଅସୁବିଧା । ଶବ ସତ୍କାର ପାଇଁ ପାଣିରେ ପଶି ଯିବାକୁ ପଡ଼ିଛି । ଏପରି ଘଟଣା ଦେଖିବାକୁ ମିଳିଛି ଗୋଲମୁଣ୍ଡା ବ୍ଲକ ବେହେରାଗୁଡ଼ା ଗାଁରେ । ବର୍ଷା ଯୋଗୁଁ ଛାତିଏ ପାଣି ରେ ପଶି ଶବ ସତ୍କାର ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖାମରହଳଦୀ ପଞ୍ଚାୟତ ବେହେରା ଗୁଡା ଗାଁ ରେ । ଲଘୁ ଚାପଜନିତ ଜନିତ ଲଗାଣ ବର୍ଷା ଯୋଗୁଁ ତେଲ ନଦୀ ପଠା ରେ ଥିବା ବେହେରା ଗୁଡା ଗାଁ ର ଲୋକେ ଗାଁ ବାହାରକୁ ଯିବାକ ହେଲେ ପାଣି ଭିତରେ ପଶି ଯିବାକୁ ପଡେ । ଏପରି ଅଭାବନୀୟ ପରିସ୍ଥିତିରେ ଗାଁ ର ଜୈନିକ ବ୍ୟକ୍ତି ଙ୍କ ମୃତ୍ୟୁ ଙ୍କ ପରେ ପାଣିରେ ପଶି ଶବ ସତ୍କାର କରାଯାଇଛି । ଦିର୍ଘ ଦିନ ହେବ ସ୍ଥାନୀୟ ଲୋକେ ବ୍ରିଜ ଦାବି କରିଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ । ଯାହା ଫଳରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking