28.1 C
Bhubaneswar
Sunday, September 8, 2024
Homeଓଡିଶାତାଣ୍ଡାବାଇ ପଞ୍ଚାୟତ ଅଫିସରୁ କୋଭିଡ଼ ସାମଗ୍ରୀ ଚୋରି ବେଳେ ଧରିଲେ ଗ୍ରାମବାସୀ

ତାଣ୍ଡାବାଇ ପଞ୍ଚାୟତ ଅଫିସରୁ କୋଭିଡ଼ ସାମଗ୍ରୀ ଚୋରି ବେଳେ ଧରିଲେ ଗ୍ରାମବାସୀ

କାଲିମେଳା  କାଲିମେଳା ବ୍ଲକ କୋରନା ମହାମାରୀ ସମୟରେ ମହାମାରୀ କୁ ରୋକିବା ପାଇଁ ପ୍ରତ୍ୟକ ପଞ୍ଚାୟତ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଁ ବାହାରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ଼ ସେଣ୍ଟର ର ବ୍ୟବସ୍ଥା ପ୍ରତି ପଂଚାୟତରେ କରାଯାଇ ଥିଲା । ଏହି ସେଣ୍ଟର ଗୁଡିକରେବ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଭଳି ଖଟ, ଗଦି, ବିଶୁଦ୍ଧ ପାନୀୟ ବ୍ୟବସ୍ଥା କରା ଯାଇଥିଲା । କୋରନା ମହାମାରୀ ସରିବା ପରେ ଉକ୍ତ ସାମଗ୍ରୀ ଗୁଡିକୁ ପଞ୍ଚାୟତ ଅଫିରେ ଗଛିତ ରଖାଯାଇଥିଲା । କିନ୍ତୁ ତାଣ୍ଡବାଇ ପଞ୍ଚାୟତ ର ଗୋଦାମ ରୁ ଏହି ସାମଗ୍ରୀ ଗୁଡିକ ଚୋରି କରି ନିଆଯାଉଥ‌ିବା ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଥିବା ଦେଖୁବା ପାଇଁ ମିଳିଛି ଭିଡ଼ିଓରେ ଦେଖୁବାକୁ ମିଳୁଛି କିଛିଲୋକ ଏକ ଟ୍ରାକ୍ଟର ରେ କୋଭିଡ ସାମଗ୍ରୀ ପଞ୍ଚାୟତ ରୁ ଚୋରି କରିବା ପାଇଁ ଲାଗିଛନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓ ଟି ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି । ପରେ ପରେ ତାଣ୍ଡବାଇ ପଞ୍ଚାୟତ ର କିଛି ଲୋକ ଏହିସାମଗ୍ରୀ ଓ ଟ୍ରାକ୍ଟର କୁ ଜବତ କରି ସରପଞ୍ଚଙ୍କ ଜିମାରେ ଦେଇ ଗ୍ରାମରେ ବୈଠକ ଡାକିଥିଲେ । ଏବାବଦରେ ସରପଞ୍ଚଙ୍କୁ କହିବାକୁ ମନା କରିଥିଲେ ମଧ୍ୟ ଏହି ବ୍ୟକ୍ତି ମାନଙ୍କ ଏହି ଜିନିଷ ଚୋରି କରିଥିବା ମାନିଥିଲେ ପରେଗ୍ରାମର ରେ ଏକ ବୈଠକ ବସି ୭୦ ହଜାର ଟଙ୍କା ଜୋରି ମାନା ପକାଇ ଥିବା ସରପଞ୍ଚ ସ୍ଵୀକାର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking