34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକେରଳରେ ବିସ୍ଫୋରଣ ବେଳେ ଦିଲ୍ଲୀରେ ଇସ୍ରାଏଲ ବିରୋଧରେ ରାଲି କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ୍

କେରଳରେ ବିସ୍ଫୋରଣ ବେଳେ ଦିଲ୍ଲୀରେ ଇସ୍ରାଏଲ ବିରୋଧରେ ରାଲି କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ୍

ନୂଆଦିଲ୍ଲୀ: କେରଳରେ ରବିବାର ହୋଇଥିବା ବୋମା ବିସ୍ଫୋରଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବାବେଳେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଦିଲ୍ଲୀରେ ଅଛନ୍ତି । ସେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ବିରୋଧରେ ଅନୁଷ୍ଠିତ ଏକ ପ୍ରଦର୍ଶନରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କ ସାଥୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ନେତା ସୀତାରାମ ୟେଚୁରୀ ଓ ବୃନ୍ଦା କାରାତଙ୍କ ସହ ଇସ୍ରାଏଲ୍-ହମାସ ସଂଘର୍ଷ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଏହି ବିରୋଧ ପ୍ରଦର୍ଶନ ସ୍ଥାନରେ ରଖାଯାଇଥିବା ପୋଷ୍ଟରରେ ଲେଖାଯାଇଥିଲା ‘ଗାଜାରେ ଚାଲିଥିବା ନରସଂହାର ବନ୍ଦ ହେଉ’ ।
ଆମେ ଏଠାରେ ପାଲେଷ୍ଟାଇନ୍ ଲୋକଙ୍କ ବିରୋଧରେ ଅମାନବୀୟ ଗଣହତ୍ୟା ଏବଂ ଭାରତ ସରକାର ଇସ୍ରାଏଲକୁ ଦେଇଥିବା ସମର୍ଥନ ବିରୋଧରେ ପ୍ରତିବାଦ କରିବାକୁ ଆସିଛୁ। ପାଲେଷ୍ଟାଇନର ଲୋକମାନେ ନିଜ ଜମି ପାଇଁ ଲଢୁଥିବା ଆମ ପାରମ୍ପାରିକ ନୀତିର ସିଧାସଳଖ ଉଲ୍ଲଂଘନ କରୁଛି ଭାରତ ସରକାରଙ୍କ ଆଭିମୁଖ୍ୟ । ଆମେରିକା ଓ ଇସ୍ରାଏଲକୁ ସମର୍ଥନ ଦେଇଥିବା ଏହି ମାମଲାରେ ଭାରତ ସରକାର ଜାତିସଂଘରେ ହୋଇଥିବା ମତଦାନରେ ମଧ୍ୟ ଅଂଶଗ୍ରହଣ କରିନଥିବା ଆଶ୍ଚର‌୍ୟ୍ୟଜନକ। ”
ସୂଚନାଯୋଗ୍ୟ, କେରଳର ଏର୍ଣ୍ଣାକୁଲମର କଲାମସେରିସ୍ଥିତ ଏକ କନଭେନସନ ସେଣ୍ଟରରେ ରବିବାର ସକାଳେ ଏକ ପ୍ରାର୍ଥନା ସଭା ବେଳେ ଅନେକ ବିସ୍ଫୋରଣ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୯ଟାରେ ଗୋଟିଏ ବିସ୍ଫୋରଣ ପରେ ପରବର୍ତ୍ତୀ ଏକ ଘଣ୍ଟା ମଧ୍ୟରେ ଆହୁରି ଅନେକ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking