29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପେଟିଏମ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା , ଦାୟିତ୍ୱ...

ପେଟିଏମ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା , ଦାୟିତ୍ୱ ନେଲେ ଦେବେନ୍ଦ୍ରନାଥ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ କାରବାର ଉପରେ କଟକଣା ଲଗାଇଥିଲେ । ମାର୍ଚ୍ଚ ୧୫ ପରେ ବ୍ୟାଙ୍କ ଜମା ଓ ଉଠାଣ କାରବାର କରିପାରିବ ନାହିଁ। ଏହାରି ଭିତରେ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା । ସେ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କ ଏହାର ବୋର୍ଡର ପୁନର୍ଗଠନ କରିଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସ ଶ୍ରୀଧର, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଦେବେନ୍ଦ୍ରନାଥ ଷଡ଼ଙ୍ଗୀ, ବ୍ୟାଙ୍କ ଅଫ୍‌ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ‌ଅଶୋକ କୁମାର ଗର୍ଗ ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ରଜନୀ ଶେଖ୍ରି ଶିବଲଙ୍କୁ ‌ସ୍ବାଧୀନ ନିର୍ଦ୍ଦେଶକ ଭାବେ ବୋର୍ଡରେ ସାମିଲ କରାଯାଇଛି। ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ ବୋର୍ଡରେ ସାମିଲ ହୋଇଥିବା ଦେବେନ୍ଦ୍ରନା‌ଥଙ୍କ ଘର ହେଉଛି ଓଡ଼ିଶାର କଟକରେ। ସେ ହେଉଛନ୍ତି ୧୯୭୭ ବ୍ୟାଚ୍‌ର ଜଣେ ତାମିଲନାଡୁ କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ। ତାମିଲନାଡ଼ୁ ସରକାରଙ୍କ ପାଇଁ ସେ ମୁଖ୍ୟ ସଚିବ ଓ ଆଠଟି ବିଭାଗର ପ୍ରମୁଖ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାମ କରିଛନ୍ତି। ଏହା ବ୍ୟତୀତ ସେ ଟାଇଟାନ୍, ଭୋଲ୍‌ଟାସ୍‌, ୟୁନିଭର୍ସାଲ୍‌ କମ୍ଫର୍ଟ ପ୍ରଡକ୍ଟସ୍‌, ରୋହିଣୀ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିକାଲ୍, ସଦର୍ଣ୍ଣ ପେଟ୍ରୋକେମିକାଲ୍‌ସ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଓ ଶ୍ରୀରାମ ସିଟି ୟୁନିୟନ୍ ଫାଇନାନ୍ସ ବୋର୍ଡରେ ମଧ୍ୟ କାମ କରିଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଓ ବ୍ରିଟେନ୍‌ର ସ୍ବାନ୍‌ସି ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଥିବା ଶ୍ରୀ ଷଡ଼ଙ୍ଗୀ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କକୁ ଏହି ଆହ୍ବାନପୂର୍ଣ୍ଣ ସମୟରେ ସଙ୍କଟରୁ ଉଦ୍ଧାର କରିବା ଲାଗି କାମ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking