24.1 C
Bhubaneswar
Friday, January 10, 2025
Homeଓଡିଶାପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର:  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟିଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସର ୮ଜଣିଆ ଟିମ୍ ଯନ୍ତ୍ରୀଙ୍କ ଭୁବନେଶ୍ୱର ବାସଭବନ ସମେତ ୭ଟି ସ୍ଥାନରେ ଏକସଙ୍ଗେ ଚଢାଉ କରିଛନ୍ତି । ଅଲଗା ଅଲଗା ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଶ୍ରୀ ପୃଷ୍ଟିଙ୍କ ସମ୍ପତ୍ତିର ହିସାବ କରିଛି । ଘର, ସମ୍ପର୍କୀୟଙ୍କ ଘର ଓ ସପିଂ ମଲ ସମେତ ଭୁବନେଶ୍ୱରରେ ଥିବା ୫ଟି ସ୍ଥାନରେ ରେଡ୍ କରିଛି । ଖବର ଲେଖିବା ପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ପାଖାପାଖି ୫କୋଟି ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ସୂଚନା ଅନୁସାରେ, ଭିଜିଲାନ୍ସର ୮ଜଣ ଡିଏସ୍‌ପି, ୪ଜଣ ଇନି୍ସପେକ୍ଟର ଓ ୫ଜଣ ଏସ୍‌ଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ଏହି ଟିମ୍ ଯନ୍ତ୍ରୀ ଶ୍ରୀ ପୃଷ୍ଟିଙ୍କ ଘର ସମେତ ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘରେ, ଗଞ୍ଜାମ ନୂଆପଡ଼ା ସ୍ଥିତ ପୈତୃକ ଘରେ ରାଜ୍ୟପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସରେ ଥିବା ତାଙ୍କ ଚାମ୍ବର୍‌ରେ ଚଢ଼ାଉ କରିଥିଲେ । ସମୁଦାୟ ୭ଟି ସ୍ଥାନରେ ଚଢ଼ାଉ ପରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି । ସେଥିମଧ୍ୟରୁ ଶ୍ରୀ ପୃଷ୍ଟିଙ୍କ ପଟିଆ ସ୍ଥିତ କାଲଭିକ୍ ପାଲେସ୍‌ରେ ଏକ ଫ୍ଲାଟ୍ ରହିଛି । ସେହିପରି ଜାଗମରା ଜଗମୋହନ ନଗରସ୍ଥିତ ଗଜପତି ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍‌, ଖଣ୍ଡଗିରି ବାରଭୁଜା ମାର୍କେଟ କମ୍ପେ୍ଲକ୍ସରେ ଗୋଟିଏ ଦୋକାନ, ଶ୍ରୀକ୍ଷେତ୍ର ଭକ୍ତନିବାସ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍‌, ନଖରା ଗ୍ରାଣ୍ଡ ବଜାରରେ ଏକ ଫ୍ଲାଟ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୩ଟି ପ୍ଲଟ୍‌, ୭୦ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଗୋଟିଏ ୪ ଚକିଆ , ୨ଟି ଦୁଇ ଚକିଆ ସମେତ ୩୫୫ ଗ୍ରାମ ଓଜନର ସୁନା ଅଳଙ୍କାର ଠାବ ହୋଇଛି । ଏଥିମଧ୍ୟରୁ କେତେ ବେଆଇନ ସମ୍ପତ୍ତି ତାହା ହିସାବ ହୋଇପାରିନାହିଁ । ଶୁକ୍ରବାର ଏସମ୍ପର୍କରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking