29.1 C
Bhubaneswar
Tuesday, June 24, 2025
Homeଓଡିଶାଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନୟାଗଡ: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଜଣେ ସରକାରୀ ବାବୁଙ୍କ ଘରେ ଚଢ଼ାଉ କରିଛି । ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଓ ଅଫିସରେ ଚଢାଉ କରାଯାଇଛି ।

ଭିଜିଲାନ୍ସର ୫ ଜଣ ଡ଼ିଏସପି, ୫ ଜଣ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ନୟାଗଡ, ଖୋର୍ଦ୍ଧା, କଟକରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ନୟାଗଡରେ ଥିବା କାର୍ଯ୍ୟାଳୟ ବ୍ୟତୀତ ଭୁବନେଶ୍ୱର ପଟିଆରେ ଥିବା ଏକ ଘର,କଟକ କିଶୋରନଗରରେ ଥିବା ପୈତୃକ ବାସଭବନ, କଟକ ଅଲିଶା ବଜାରରେ ଥିବା ଘର, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଘର ସହ ନୟାଗଡରେ ରହୁଥିବା ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking